www.samajalive.in
Saturday, December 6, 2025
15.1 C
Bhubaneswar

ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ପିପିଲି :ପିପିଲି ଥାନା ଅନ୍ତର୍ଗତ ଜଇସପାଟଣା ବଜାର ଠାରେ ଥିବା ଏକ ଦୋକାନର କାଠ କବାଟକୁ ଭାଙ୍ଗି ଦୋକାନ ମଧ୍ୟରୁ କମ୍ପ୍ୟୁଟର, ମୋବାଇଲ୍‍ ଫୋନ ସମେତ ନଗଦ ଟଙ୍କା ଚୋରି ହୋଇଥିବା ନେଇ ପିପିଲି ପୁଲିସରେ ଅଭିଯୋଗ ହୋଇଛି। ଚୋରି ସାମଗ୍ରୀର ମୂଲ୍ୟ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ ହୋଇଥିବା ସୂଚନା ମିଳିଛି। ପିପିଲି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ଚୋରଙ୍କ ସଂପର୍କରେ ଏଯାଏଁ ସୁରାକ ମିଳି ନାହିଁ।
ପ୍ରାପ୍ତ ସୂଚନା ଅନୁଯାୟୀ  ଜଇସପାଟଣା ବଜାରରେ ଥିବା ଗୋବର୍ଦ୍ଧନପୁର ସୁଲତାନନଗର ଗ୍ରାମର ବନ୍ଧନ କୁମାର ସ୍ୱାଇଁଙ୍କ ‘ବିକେ କମ୍ୟୁନିକେସନ’ ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୋକାନର କାଠ କବାଟକୁ ଭାଙ୍ଗି କେହି ଦୁର୍ବୁତ୍ତ ଦୋକାନ ମଧ୍ୟରେ ପ୍ରବେଶ କରିବା ସହ ସେଠାରେ ଥିବା କମ୍ପ୍ୟୁଟର ସିପିୟୁ, ୟୁପିଏସ୍‍, ମନିଟର, ଏଲ୍‍ଇଡି ଟିଭି, ହୋମ୍‍ ଥିଏଟର, ବ୍ଲୁଟୁଥ ବକ୍ସ ସମେତ ୫ଟି ନୂଆ ମୋବାଇଲ୍‍ ଫୋନ୍‍ ଓ ୧୫ ହଜାର ଟଙ୍କା ଚୋରି କରି ନେଇଥିବା ସଂପର୍କରେ ଦୋକାନର ମାଲିକ ବନ୍ଧନ ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି। ପିପିଲି ଥାନା ଏସ୍‍ଆଇ ସନ୍ଦୀପ ଦାସ, ଏଏସ୍‍ଆଇ ପ୍ରକାଶ କୁମାର ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର କେହି ସଂପୃକ୍ତ ଥାଇପାରନ୍ତି ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଗତ ୪ଦିନ ତଳେ ଗୋଟିଏ ରାତିରେ ପିପିଲି ଥାନା ଅଞ୍ଚଳର ୪ଟି ସ୍ଥାନରୁ ଚୋରି ହୋଇଛି। ଦିନକୁ ଦିନ  ପିପିଲି ଥାନା ଅଞ୍ଚଳରେ ଅପରାଧ ବୃଦ୍ଧି ପାଉଥିବା ଦେଖାଯାଉଛି। ଲୋକେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories