www.samajalive.in
Sunday, December 14, 2025
23.1 C
Bhubaneswar

ବ୍ୟବସାୟୀଙ୍କ ବାଇକ୍‍ ଡିକିରୁ ୫୦ ହଜାର ଟଙ୍କା ଚୋରି

ପିପିଲି:ପିପିଲି-ଜଟଣୀ ରାସ୍ତାର ଅନନ୍ତପୁର ଗ୍ରାମ୍ୟଛକ ଠାରେ ଥିବା ଏକ ଚା’ ଦୋକାନ ସମ୍ମୁଖରୁ ଜଣେ ବ୍ୟବସାୟୀଙ୍କ ବାଇକ୍‍ ଡିକିରୁ ୫୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ପିପିଲି ପୁଲିସରେ ଲିଖିତ ଅଭିଯୋଗ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାଇ, ଅନନ୍ତପୁର ଗ୍ରାମର ବ୍ୟବସାୟୀ ଧୃବଚରଣ ପ୍ରଧାନ ଆଜି ପୂର୍ବାହ୍ନରେ ମଠସାହି ଛକରେ ଥିବା ଏସ୍‍ବିଆଇ ଭାରତୀପୁର ଶାଖାରୁ ୫୦ହଜାର ଟଙ୍କା ଉଠାଇଥିଲେ। ଉକ୍ତ ଟଙ୍କାକୁ ସେ ନିଜ ବାଇକ୍‍ ଡିକିରେ ରଖି ଅନନ୍ତପୁର ଗ୍ରାମ୍ୟଛକ ଠାରେ ଥିବା ଏକ ଚା’ ଦୋକାନରେ ଚା’ ପିଉଥିଲେ। ତେବେ ତାଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଉକ୍ତ ଦୋକାନ ସମ୍ମୁଖରେ ଥିବା ତାଙ୍କ ବାଇକ୍‍ ଡିକିର ତାଲାକୁ ଖୋଲି ଜଣେ ଦୁର୍ବୁତ୍ତ ଡିକି ମଧ୍ୟରୁ ୫୦ ହଜାର ଟଙ୍କା ନେଇ ଫେରାର୍‍ ହୋଇଯାଇଥିଲା।

 

- Advertisement -

ପରେ ଧୃବଚରଣ ଏ ସଂପର୍କରେ ଜାଣିବା ପରେ ବ୍ୟାଙ୍କ ଓ ଉକ୍ତ ଦୋକାନ ନିକଟରେ ଲାଗିଥିବା ସିସିଟିଭିକୁ ନେଇ ଯାଞ୍ଚ କରିବାରେ ୪ଜଣ ଦୁର୍ବୁତ୍ତ ତାଙ୍କୁ ବ୍ୟାଙ୍କରୁ ପିଛା କରିଥିବା ଓ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ବାଇକ୍‍ ଡିକିର ତାଲାକୁ ଖୋଲି ଟଙ୍କା ନେଇ ଯାଇଥିବା ସଂପର୍କରେ ଜାଣିବାକୁ ପାଇଥିଲେ। ଏ ସଂପର୍କରେ ସେ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିବା ସହ ଚୋରି ସମୟର ସିସିଟିଭି ଫୁଟେଜ୍‍କୁ ପୁଲିସକୁ ଦେଇଥିବା ସୂଚନା ମିଳିଛି। ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସିସିଟିଭି ଫୁଟେଜ୍‍କୁ ନେଇ ପୁଲିସ ଘଟଣାର ତଦନ୍ତ ଚଳାଇବା ସହ ଅପରାଧିକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ସଂପର୍କରେ ଆଇଆଇସି ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories