www.samajalive.in
Saturday, December 13, 2025
14.1 C
Bhubaneswar

ପ୍ରେସକ୍ଲବରେ ଡଃ ରାଧାନାଥ ରଥଙ୍କ ଜୟନ୍ତୀ ପାଳିତ

ବାଙ୍କୀ : ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୧୨୬ତମ ଜୟନ୍ତୀ ବାଙ୍କୀ ପ୍ରେସକ୍ଲବ ପକ୍ଷରୁ ସୋମବାର ସକାଳେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବାଙ୍କୀ ଓକିଲ ସଂଘ ସଭାପତି ଗୌରୀଶଙ୍କର ନନ୍ଦ ଯୋଗଦେଇ ରାଧାନାଥଙ୍କ ଫଟୋରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।  ପ୍ରେସକ୍ଲବ (ବିଦ୍ୟାରତ୍ନ ଭବନ) ସଭାପତି ବଳଭଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜୟନ୍ତୀ ଉତ୍ସବରେ ସାମ୍ବାଦିକ ଜ୍ଞାନେନ୍ଦ୍ର ମୋହନ ମିଶ୍ର, ଗୌରାଙ୍ଗ ବେହେରା, ଶରତ ଚନ୍ଦ୍ର ବାରିକ, ସମରେନ୍ଦ୍ର ମହାପାତ୍ର, ବିଭୁ ପ୍ରସାଦ ସାମଲ, କ୍ଷେତ୍ରବାସୀ ଦାସ, ଗୌତମ ମିଶ୍ର, ଓକିଲ ସନ୍ତୋଷ ରଣା, ଅଧ୍ୟାପକ ମନୋଜ ମହାପାତ୍ର, ସୁନିଲ କୁମାର ମିଶ୍ର, ବକ୍ସି ସୁଧାଂଶୁ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଶ୍ରୀ ରଥଙ୍କର ଜୀବନ ଦର୍ଶନ, ନିର୍ଭିକ ସାମ୍ବାଦିକତା ଏବଂ ‘ସମାଜ’ ଖବରକାଗଜ ମାଧ୍ୟମରେ ଗରୀବ ଜନତାଙ୍କ ଦୁଃଖକୁ ପ୍ରସାରଣ କରିବାରେ ଯଶସ୍ୱୀ ପ୍ରତିଭାଧରଙ୍କର ୧୨୬ତମ ଜୟନ୍ତୀ ପାଳନ ଏକ ଗୌରବର ଇତିହାସ ରଚିଥିବା ପ୍ରକାଶ କରିଛନ୍ତି। ପପ୍ରେସକ୍ଲବ ସଭାପତି ଶ୍ରୀ ପଣ୍ଡା ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories