www.samajalive.in
Saturday, December 6, 2025
15.1 C
Bhubaneswar

ଦୋକାନକୁ ଧକ୍କା ଦେଇ ଓଲଟିଲା କାର୍‍

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ଅନ୍ତର୍ଗତ ଏକଚାଳିଆ ଗ୍ରାମ୍ୟଛକ ଠାରେ ଶନିବାର ସକାଳେ ଏକ କାର୍‍ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଦୋକାନକୁ ଧକ୍କା ଦେବା ପରେ ଓଲଟି ପଡିଥିଲା । ଏଥିରେ ଦୋକାନୀଙ୍କ ସମେତ କାର୍‍ ରେ ଥିବା ୨ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଥିବା ସୂଚନା ମଳିଛି ।
ପୁରୀରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ କାର୍‍ ଶନିବାର ସକାଳ ସାଢେ ୭ଟା ସମୟରେ ଏକଚାଳିଆ ଗ୍ରାମ୍ୟଛକ ଠାରେ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତାର ବାମପାଶ୍ୱର୍ରେ ଥିବା ଏକ କ୍ୟାବିନ ସହ ଧକ୍କା ଲାଗିଥିଲା ।
କ୍ୟାବିନ୍‍କୁ ଧକ୍କା ଦେବା ପରେ କାର୍‍ଟି ସେଠାରେ ଓଲଟି ପଡିଥିଲା । ଏଥିରେ କାର୍‍ଟି ସଂପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିବା ବେଳେ କ୍ୟାବିନ୍‍ର ସମ୍ମୁଖଭାଗ ଚାଳି ସମେତ କ୍ୟାବିନ୍‍ କ୍ଷତିଗ୍ରସ୍ତ ହୋଇଥିଲା । ଦୋକାନ ମଧ୍ୟରେ ଥିବା ଏକଚାଳିଆ ଗ୍ରାମର ବିଷ୍ଣୁଚରଣ ଭୋଇ ଏଥିରେ ସାମାନ୍ୟ ଆହତ ହୋଇଥିବା ବେଳେ କାର୍‍ ମଧ୍ୟରେ ଥିବା ୨ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଡାକ୍ତରଖାନାକୁ ପଠାଇଥିଲେ । ଏହି ଦୁର୍ଘଟଣାକୁ ନେଇ ସେଠାରେ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ଖବର ପାଇ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ପାଇକରାୟ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍‍ ସମସ୍ୟା ଦୂର କରିବା ସହ ଦୁର୍ଘଟଣାଗ୍ରସ୍ତ କାର୍‍କୁ ଜବତ କରିଥିଲେ । ଏନେଇ କ୍ଷତିଗ୍ରସ୍ତ ଦୋକାନର ମାଲିକ ବିଷ୍ଣୁଚରଣଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories