www.samajalive.in
Monday, December 15, 2025
26.1 C
Bhubaneswar

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି ସମୀକ୍ଷା : ଯାଞ୍ଚ କଲେ ଇଭିଏମ୍‌ ଷ୍ଟ୍ରଙ୍ଗରୁମ୍‌

ପୁରୀ : ପିପିଲି ଉପନିର୍ବାଚନ ପ୍ରସ୍ତୁତି କାର୍ଯ୍ୟର ସୋମବାର ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି। ପେଣ୍ଠକଟା ଷ୍ଟ୍ରଙ୍ଗରୁମ୍‌କୁ ଯାଇ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଇଭିଏମ୍‌ ଏବଂ ଭିଭିପାଟ୍‌ଗୁଡ଼ିକୁ ସେ ଯାଞ୍ଚ କରିଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଇଭିଏମ୍‌ଗୁଡ଼ିକୁ ନେବାଆଣିବା ପାଇଁ ଶ୍ରୀ ଲୋହାନି ଜିଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ପିପିଲି ଓ ଡେଲାଙ୍ଗର ଅତି ସମ୍ବେଦନଶୀଳ ଏବଂ ସମ୍ବେଦନଶୀଳ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକ ପାଇଁ ଗ୍ରହଣ କରାଯାଇଥିବା ସ୍ବତନ୍ତ୍ର ବ୍ୟବସ୍ଥା ସମ୍ପର୍କରେ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସମ୍ବେଦନଶୀଳ ମତଦାନ କେନ୍ଦ୍ରର ଭିଡିଓ ରେକଡିଂ ସହ ଅର୍ଦ୍ଧ ସାମରିକ ବାହିନୀ ନିଯୁକ୍ତି ନିମନ୍ତେ ବୈଠକରେ ଆଲୋଚନା କରାଯାଇଛି। ନିର୍ବାଚନ ପୂର୍ବରୁ କେତେକ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ସେଥିପ୍ରତି ତୀକ୍ଷ୍‌ଣ ନଜର ରଖିବା ସହ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ନିମନ୍ତେ ଶ୍ରୀ ଲୋହାନି ନିର୍ଦେଶ ଦେଇଛନ୍ତି। ନିର୍ବାଚନ ପରିଚାଳନା ଏବଂ ଭୋଟଗଣତି ଦାୟିତ୍ବରେ ଥିବା ଅଫିସର ଓ କର୍ମଚାରୀଙ୍କୁ ତାଲିମ ପ୍ରଦାନ ସମ୍ପର୍କରେ ପୁରୀ ଜିଲାପାଳଙ୍କଠାରୁ ସେ ତଥ୍ୟ ସଂଗ୍ରହ କରିଛନ୍ତି। ଜିଲାପାଳ ସମର୍ଥ ବର୍ମା, ନିର୍ବାଚନ ପର୍ଯ୍ୟବେକ୍ଷକ ବୀରା ବ୍ରହ୍ମୟା ଏବଂ କୁଲୱନ୍ତ ସିଂହ, ଅତିରିକ୍ତ ଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସର ପ୍ରଦୀପ ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories