www.samajalive.in
Saturday, December 6, 2025
14.1 C
Bhubaneswar

ଜିଲା ଅଭ୍ୟର୍ଥନା କେନ୍ଦ୍ରକୁ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ

ପିପିଲି : ରାଜ୍ୟ ବାହାରୁ ଫେରୁଥିବା ପୁରୀ ଜିଲାର ପ୍ରବାସୀ ଓଡିଆଙ୍କ ପାଇଁ କୃପାଜଳ ଇଂଜିନିୟରିଂ କଲେଜର ଏମଟେକ୍‍ ବିଲ୍ଡିଂରେ ପ୍ରଶାସନ ପକ୍ଷରୁ କରାଯାଇଥିବା ଜିଲା ଅଭ୍ୟର୍ଥନା କେନ୍ଦ୍ରକୁ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରିଦର୍ଶନରେ ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଉପଜିଲାପାଳ ଭବତାରଣ ସାହୁଙ୍କ ସହ ସେ ଉକ୍ତ କେନ୍ଦ୍ର ବାବଦରେ ପଚାରି ବୁଝିଥିଲେ । ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ସେଠାରେ ପ୍ରଶାସନ ପକ୍ଷରୁ ଖାଦ୍ୟ ପୁଡିଆ ଓ ପାନୀୟ ଜଳ ସହ ପରିମଳ ବ୍ୟବସ୍ଥା କରାଯାଇଛି । ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ସହାୟତାରେ ଓଡିଶା ଫେରନ୍ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ବେଳେ ସେମାନଙ୍କୁ ସ୍ୱତନ୍ତ୍ର ଗାଡି ଯୋଗେ ନିଜ ନିଜ ବ୍ଲକ ଓ ପୌରାଞ୍ଚଳକୁ ପଠାଯାଉଥିବା ସୂଚନା ମିଳିଛି । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ପିପିଲି ତହସିଲଦାର ସପନ କୁମାର ନନ୍ଦ, ଅତିରିକ୍ତ ତହସିଲ୍‍ଦାର ନୀଳକଣ୍ଠ ବେହେରା, ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଶରତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories