ଅଧା ପିପିଲି ଅନ୍ଧାରରେ

0

ପିପିଲି : ଶନିବାର ରାତିରେ ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ମାତ୍ରାରେ ଝଡତୋଫାନ ସାଙ୍ଗକୁ ବଜ୍ରାପାତ ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି । କେତେକ ସ୍ଥାନରେ ବଡ ବଡ ଗଛ ଭାଙ୍ଗି ପଡିଥିବା ବେଳେ ବହୁ ଜମିରେ ଲାଗିଥିବା ଅମୃତଭଣ୍ଡା ଓ କଦଳୀ ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ବଜ୍ରପାତ ଯୋଗୁଁ ପିପିଲି ସେସୁ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ଏକ ପାୱାର ଟ୍ରାନ୍ସଫର୍ମର ଅଚଳ ହୋଇଯିବା କାରଣରୁ ଅଧା ପିପିଲି ଅଞ୍ଚଳ ସଂପୂର୍ଣ୍ଣ ଅନ୍ଧାରରେ ରହିଛି ।
ବଜ୍ରପାତ ଯୋଗୁଁ ବିଦ୍ୟୁତ ସରବରାହରେ ତୃଟି ଦେଖା ଦେବା ଫଳରେ ଶନିବାର ରାତି ସାଢେ ୨ଟାରୁ ପିପିଲି ଅଞ୍ଚଳକୁୁ ଦିଘାଳ ଗ୍ରୀଡ୍‍ରୁ ୩୩କେଭି କରେଣ୍ଟ ସରବରାହ ସଂପୂର୍ଣ୍ଣବନ୍ଦ ରହିଥିଲା । ଆବଶ୍ୟକ ମରାମତି ପରେ ରବିବାର ପୂର୍ବାହ୍ନ ସାଢେ ୯ଟାରେ ପିପିଲିକୁ ୩୩କେଭି ବିଦ୍ୟୁତ ସରବରାହ ସମ୍ଭବ ହୋଇଥିଲା । ତେବେ ପିପିଲି ସେସୁ କାର୍ଯ୍ୟାଳୟରେ ଥିବା ଏକ ୭.୫ ଏମ୍‍ଭିଏ ପାୱାର ଟ୍ରାନ୍ସଫର୍ମର ବଜ୍ରାଘାତ ଯୋଗୁଁ ଅଚଳ ହୋଇପଡିଥିଲାö ଫଳରେ ଉକ୍ତ ପାୱାର ଟ୍ରାନ୍ସଫର୍ମର ଉପରେ ନିର୍ଭର କରୁଥିବା ପିପିଲି ମୁଖ୍ୟବଜାରର ଅର୍ଦ୍ଧାଧିକ ଅଞ୍ଚଳ ସମେତ ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର, ନୂଆଶାସନ, ସଠସ, ଜୟପୁର ଆଦି ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଫଳରେ ପିପିଲି ଥାନା, ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଦି ସଂପୂର୍ଣ୍ଣ ଅନ୍ଧାର ରହିଛି । ଭୁବନେଶ୍ୱରରୁ ବିଭାଗୀୟ ଏମ୍‍ଆର୍‍ଟି ଇଞ୍ଜିନିୟର ଓ ମେକାନିକ୍‍ମାନେ ପିପିଲିରେ ପହଞ୍ôଚ ସେହି ଅଚଳ ହୋଇପଡିଥିବା ପାୱାର ଟ୍ରାନ୍ସଫର୍ମରର ମରାମତି କାର୍ଯ୍ୟ ଚଳାଇଛନ୍ତି । ରାତି ୧୧ଟା ସୁଦ୍ଧା ଉକ୍ତ ଟ୍ରାନ୍ସଫର୍ମରରୁ ବିଦ୍ୟୁତ ସରବରାହ ସମ୍ଭବପର ହୋଇପାରେ ବୋଲି ବିଭାଗୀୟ ଏସ୍‍ଡିଓ ଦୁର୍ଗାପ୍ରସାଦ ଦାଶ ଆଶାପ୍ରକାଶ କରିଛନ୍ତି ।

Leave A Reply