www.samajalive.in
Friday, December 12, 2025
15.1 C
Bhubaneswar

ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପିପିଲି : ପିପିଲି ଥାନା ପାଣିଦୋଳ ଗ୍ରାମ ନିକଟ ଗହିର ବିଲ ମଧ୍ୟରେ ଥିବା ଏକ ସାହାଡା ଗଛ ମୂଳରୁ ମଙ୍ଗଳବାର ପିପିଲି ପୁଲିସ ଜଣେ ବିବାହିତ ଯୁବକର ମୃତଦେହକୁ ସନ୍ଦେହଜନକ ଅବସ୍ଥାର ଜବତ କରିଛି। ମୃତକ ଜଣକ ହେଉଛନ୍ତି ନିକଟବର୍ତ୍ତି ହାଟସାହି ପଞ୍ଚାୟତ ଅନ୍ତର୍ଗତ କମଳାସାଗରପାଟଣା ଗ୍ରାମର କିଶୋର ବେହେରାଙ୍କ ପୁଅ ବସନ୍ତ ବେହେରା (୨୮)। ତେବେ ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
ସୂଚନା ଅନୁଯାଇ, ପାଣିଦୋଳ ଗହିର ବିଲକୁ ଧାନ କାଟିବାକୁ ଯାଇଥିବା କେତେକ ଲୋକେ ଆଜି ସକାଳେ ବସନ୍ତଙ୍କ ମୃତ ଦେହକୁ ଦେଖିବା ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଉକ୍ତ ଗହିର ବିଲ ମଧ୍ୟ ଦେଇ ଯାଇଥିବା କେନାଲ ବନ୍ଧରେ ଥିବା ସାହାଡା ଗଛ ମୂଳରେ ବସନ୍ତଙ୍କ ମୃତଦେହ ପଡିଥିବା ବେଳେ ତାଙ୍କ ବେକରେ ଏକ ଗାମୁଛା ଗୁଡା ଯାଇଥିବା ଓ ଉକ୍ତ ଗାମୁଛାର କିଛି ଅଂଶ ଉକ୍ତ ସାହାଡା ଗଛର ଏକ ସରୁ ଡାଳରେ ବନ୍ଧା ହୋଇଥିବା ପରିଲକ୍ଷିତ ହୋଇଥିଲା। ମୃତକଙ୍କ ବାମ ଗୋଡରେ କ୍ଷତ ଚିହ୍ନ ଥିବା ମଧ୍ୟ ପରିଲକ୍ଷିତ ହୋଇଥିଲା। ଖବର ପାଇ ପିପିଲି ଆଇଆଇସି ଶରତ କୁମାର ସାହୁ, ଏଏସ୍‍ଆଇ ବିନୟ କୁମାର ଦାସ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ। ପୁରୀ ସାଇଣ୍ଟିଫିକ୍‍ ଟିମ୍‍ ସହାୟତାରେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ମୃତ ବସନ୍ତଙ୍କ ପାରିବାରିକ ବିବାଦ ଥିଲା ଓ ଏହା ତାଙ୍କର ମୃତ୍ୟୁର କାରଣ ହୋଇଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏନେଇ ପୁଲିସରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ସୂଚନା ମିଳିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories