www.samajalive.in
Saturday, December 6, 2025
19.1 C
Bhubaneswar

ବିଜେପିର ଦାବି – ପଞ୍ଚାୟତ, ମ୍ୟୁନିସିପାଲିଟି ଓ ପୌରାଞ୍ଚଳ ସ୍ତରରେ ହେଉ ଟିକାକରଣ ବ୍ୟବସ୍ଥା

ପିପିଲି: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଡାକ୍ତର, ସେବିକା, କର୍ମଚାରୀ, ଟେକ୍‍ନିସିଆନ ଓ ବେଡ୍‍ ଆଦି ଭିତ୍ତିଭୂମିର ଅଭାବ ରହିଛି। ରାଜ୍ୟରେ ଦୈନିକ ଏକଲକ୍ଷ କୋଭିଡ୍‍ ପରୀକ୍ଷା କରାଯିବା ପରିବର୍ତ୍ତେ ୫୦ହଜାରରୁ କମ୍‍ ପରୀକ୍ଷା କରାଯାଉଛି। ପୁରୀ ଜିଲାରେ ଟିକାକରଣ କ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥାଗତ ତୃଟି ପରିଲକ୍ଷିତ ହୋଇଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଟିକା ଆଶାୟୀ ଲୋକେ ନିରାଶ ହୋଇ ଟିକାକରଣ କେନ୍ଦ୍ରରୁ ଫେରୁଥିବା ବେଳେ ବିଭିନ୍ନ ଟିକାକରଣ କେନ୍ଦ୍ରରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଦୂର ଦୂରାନ୍ତରୁ ବୃଦ୍ଧ, ବୃଦ୍ଧା, ଅସହାୟ ଓ ମହିଳାମାନେ ଟିକା ନେବା ପାଇଁ ଟିକାକରଣ କେନ୍ଦ୍ରକୁ ଆସି ଘଣ୍ଟା ଘଣ୍ଟା ଧରି ଖରାରେ ଠିଆହୋଇ ଟିକାନପାଇ ନିରାଶରେ ଘରକୁ ଫେରୁଛନ୍ତି। ତେଣୁ ରାଜ୍ୟ ସରକାର ପ୍ରତି ପଞ୍ଚାୟତ, ମ୍ୟୁନିସିପାଲିଟି ଓ ଏନ୍‍ଏସି ୱାର୍ଡ ସ୍ତରରେ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରିବା ସହ ସେଠାରେ ଶୃଙ୍ଖଳିତ ବ୍ୟବସ୍ଥା କରିବାକୁ ପୁରୀ ଜିଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକ ବୁଧବାର ଅପରାହ୍ନରେ ପିପିଲି ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ଼ାଙ୍କ ଆହ୍ୱାନ କ୍ରମେ କରୋନା ମହାମାରୀର ମୁକାବିଲା ଓ ପରିଚାଳନା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସଫଳ ଭୂମିକା ସଂପର୍କରେ ଶ୍ରୀ ପଟ୍ଟନାୟକ ଏହି ସାମ୍ବାଦିକ ସମ୍ମିଳନୀରେ ବିଶେଷଭାବେ ଆଲୋକପାତ କରିଥିଲେ।

କୋଭିଡ୍‍ ପରିଚାଳନାରେ ବିଶ୍ୱସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାମାରୀ ସଂକ୍ରମଣରୁ ଦେଶବାସୀଙ୍କ ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଥିବା ବେଳେ ଟିକା ପ୍ରସ୍ତୁତି ଠାରୁ ଆରମ୍ଭ କରି ଟିକାକରଣ ପର୍ଯ୍ୟନ୍ତ କଂଗ୍ରେସ ଦଳ କେବଳ ସମାଲୋଚନା କରିଆସୁଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିବା ସହ କଂଗ୍ରେସ ଦଳର ଏଭଳି କାର୍ଯ୍ୟକୁ ଦୃଢ ଭାବେ ନିନ୍ଦା କରିଛନ୍ତି। କରୋନା ଲଢେଇରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା, ଟିକା ଉଦ୍ଭାବନକୁ ନେଇ ସମାଲୋଚନା ଓ ସନ୍ଦେହ କରିବାରୁ ସାଧାରଣ ଲୋକେ ଟିକା ନେବାକୁ ଭୟ କରିବା ଫଳରେ ଆଗୁଆ ଟିକାକରଣ ସମ୍ଭବ ହୋଇପାରିଲା ନାହିଁ ବୋଲି ଶ୍ରୀପଟ୍ଟନାୟକ କହିଥିଲେ। କୋଭିଡ୍‍ର ପ୍ରଥମ ଲହର ୨୦୨୦ ଠାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସମସ୍ତ ରାଜ୍ୟ ସରକାରଙ୍କ ସହ ସମ୍ମନ୍ୱୟ ରକ୍ଷା କରି ମହାମାରୀ କରୋନା ବିରୁଦ୍ଧରେ ଲଢେଇ କରି ଆସୁଛନ୍ତି। ଯନ୍ତ୍ରଣା ଭୋଗୁଥିବା ରୋଗୀଙ୍କୁ ଚିକିତ୍ସା ସୁବିଧା, ରାଜ୍ୟ ସରକାରଙ୍କୁ ଔଷଧ ଯୋଗାଇବା ଓ କରୋନା ମୁକାବିଲା ପାଇଁ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ ମଧ୍ୟ ସୁନିଶ୍ଚିତ କରାଇ ଅଛନ୍ତି। ୨୦୨୦ରେ ପ୍ରଧାନମନ୍ତ୍ରୀ ଦୀର୍ଘ ୮ ମାସ ପାଇଁ ୮୦ କୋଟି ଭାରତୀୟଙ୍କୁ ମାଗଣା ରାସନ୍‍ ବ୍ୟବସ୍ଥା କରିଥିବା ବେଳେ ଏବେ ମଧ୍ୟ ୨ ମାସ ପାଇଁ ମାଗଣା ରାସନ୍‍ ବ୍ୟବସ୍ଥା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କର ପରାମର୍ଶ କ୍ରମେ ଦେଶର ବୈଜ୍ଞାନିକ, ଡାକ୍ତର ଓ ଉଦ୍ଭାବକମାନେ ଦିନ ରାତି ପରିଶ୍ରମ କରି ସଫଳତା ହାସଲ କରିଥିଲେ ଓ ଶେଷରେ ଭାରତ ବିଶ୍ୱ ସହ ତାଳ ଦେଇ ଟିକା ଉଦ୍ଭାବନ କରିଥିବା ବେଳେ ଭାରତ ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ ପାଲଟିଛି। କୋଭିଡ୍‍ ପରିଚାଳନା ନେଇ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ଥର ଆଲୋଚନା କରିଛନ୍ତି ଏବଂ ସେମାନଙ୍କ ପରାମର୍ଶକୁ ମଧ୍ୟ ଗ୍ରହଣ କରିଛନ୍ତି। ଅଦ୍ୟାବଧି କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ୧୬ କୋଟିରୁ ଅଧିକ ଟିକା ଯୋଗାଣ କରି ସାରିଥିବାବେଳେ ଟିକା ଯୋଗାଣ ଏବେବି’ ଅବ୍ୟାହତ ରହିଛି। ଏଭଳି ଘଡିସନ୍ଧି ମୁହୁର୍ତ୍ତରେ କଂଗ୍ରେସ ଦଳର ସମାଲୋଚନାକୁ ଶ୍ରୀ ପଟ୍ଟନାୟକ ଦୃଢ ଭାଷାରେ ନିନ୍ଦା କରିଛନ୍ତି। ବିଭିନ୍ନ ପ୍ରକାର ପ୍ରତିକୂଳ ମନ୍ତବ୍ୟ ଦେଇ କଂଗ୍ରେସ ଟିକାନେବା ପାଇଁ ଲୋକଙ୍କ ମନରେ ଏକ ପ୍ରକାର ଭୟ ତିଆରି କରିବାର ହୀନ ପ୍ରୟାସକୁ ଲୋକେ ବରଦାସ୍ତ କରିବେ ନାହିଁ ବୋଲି ସେ କହିଥିଲେ। ଭାରତର ବୈଜ୍ଞାନିକମାନଙ୍କ ସଫଳତାକୁ ସାଧାରଣ ଭାବେ ଅସମ୍ମାନିତ କରିବା କଣ କଂଗ୍ରେସର ଉଚ୍ଚକୋଟୀର ରାଜନିତୀର ନମୂନା ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ପୁରୀ ଜିଲାର ସମସ୍ତ ଫଣି’ ବିପନ୍ନଙ୍କୁ ବର୍ଷାଦିନ ପୂର୍ବରୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଶ୍ରୀପଟ୍ଟନାୟକ ଦାବି କରିଥିଲେ। ସମସ୍ତ ବାସହରାଙ୍କୁ ତୁରନ୍ତ ପକ୍କାଘର ଯୋଗାଇ ଦିଆଯିବା, ପ୍ରକୃତ ହିତାଧିକାରୀ ଚୟନ ସହ ଅଚଳ କରାଯାଇଥିବା ଫଣି’ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ତୁରନ୍ତ ସଚଳ କରାଯାଇ ସେମାନଙ୍କୁ ସହାୟତା ପ୍ରଦାନ କରିବାକୁ ଶ୍ରୀପଟ୍ଟନାୟକ ଦାବି କରିଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories