ସଭିଁଙ୍କ ପାଇଁ ବ୍ରଣ ଏକ ମୁଖ୍ୟ ସମସ୍ୟା। ଏହା ମୁହଁର ସୌନ୍ଦର୍ଯ୍ୟକୁ ମଧ୍ୟ କମ କରିଥାଏ। କିଛି ସହଜ ଉପାୟ ଦ୍ୱାରା ଆମେ ଏହି ବ୍ରଣ ଜନିତ ସମସ୍ୟାରୁ ମୁକ୍ତି ପାଇପାରିବା। ସେଥିପାଇଁ ଆମକୁ କିଛି ଉପାୟ ଅବଲମ୍ବନ କରିବାକୁ ପଡ଼ିବ। ଜାଣନ୍ତୁ ତାହା କ’ଣ ….
ସ୍କ୍ରବ କରନ୍ତୁ –
ବହୁ ସମୟରେ ମୁହଁରେ ଅପରିଷ୍କାର ପଦାର୍ଥ ଜମି ଯାଇଥାଏ। ତେଣୁ ନିୟମିତ ଫେସୱାସ ବ୍ୟବହାର କରନ୍ତୁ। ପ୍ରଚୁର ପାଣି ପିଅନ୍ତୁ। ସପ୍ତାହକୁ ଥରେ ନିଶ୍ଚୟ ସ୍କ୍ରବ କରନ୍ତୁ।
ଜେଲଯୁକ୍ତ ମଶ୍ଚୁରାଇଜର ବ୍ୟବହାର –
ଜେଲଯୁକ୍ତ ମଶ୍ଚୁରାଇଜର ବ୍ୟବହାର କରନ୍ତୁ। ଏପରି କରିବା ଦ୍ୱାରା ମୁହଁ ସଫା ରହିଥାଏ।
କୋଷ୍ଠକାଠିନ୍ୟ ଜନିତ ସମସ୍ୟା –
କୋଷ୍ଠକାଠିନ୍ୟ ଜନିତ ସମସ୍ୟା ସୃଷ୍ଟି କରୁଥିବା ଖାଦ୍ୟପଦାର୍ଥ ମଧ୍ୟ ଖାଆନ୍ତୁ ନାହିଁ। କାରଣ କୋଷ୍ଠକାଠିନ୍ୟ ସମସ୍ୟା ହେବା ଦ୍ୱାରା ବ୍ରଣ ଉଠିଥାଏ। ନିୟମିତ ଫଳ ଖାଆନ୍ତୁ। ଏହା ଦ୍ୱାରା କୋଷ୍ଠକାଠିନ୍ୟ ହୋଇନଥାଏ। ପେଟ ସଫା ରହିଥାଏ।
ତେଲଯୁକ୍ତ ଖାଦ୍ୟ-
ଅଧିକ ତେଲ ଯୁକ୍ତ ଖାଦ୍ୟ ପଦାର୍ଥ ଖାଆନ୍ତୁ ନାହିଁ। ଏହା ଛଡ଼ା ଆଇସକ୍ରିମ, କେକ , ପିଜ୍ଜା ଆଦି ଯେତେ କମ ପରିମାଣରେ ଖାଇବେ। ଏହି ସବୁ ଅଭ୍ୟାସ ବ୍ରଣ ହେବାର ଏହା ମୁଖ୍ୟ କାରଣ ଅଟେ। ଚିନି ମଧ୍ୟ ଅଧିକ ପରିମାଣରେ ଖାଆନ୍ତୁ ନାହିଁ।
ଏହି ସହଜ ଉପାୟ ଦୂର କରେ ବ୍ରଣ ସମସ୍ୟା
Popular Categories



