www.samajalive.in
Saturday, December 6, 2025
23.1 C
Bhubaneswar

ପାଇଲଟ୍‌ କହିଲେ ବିଜେପିରେ ଯୋଗଦେବିନି; ସେପଟେ ଅଯୋଗ୍ୟ ଘୋଷିତ କରିବାକୁ କଂଗ୍ରେସର ପ୍ରକ୍ରିୟା

ଜୟପୁର: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦବୀରୁ ବିଦା ହେବା ପରେ ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ୍‌ଙ୍କ ରାଜନୈତିକ କ୍ୟାରିୟର ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ସେ ବିଜେପିରେ ଯୋଗଦେବେନି ବୋଲି ପାଇଲଟ୍‌ କହିଛନ୍ତି। ସେ କହିଛନ୍ତି, ମୁଁ ଏବେ ବି କଂଗ୍ରେସରେ ରହିଛି। ସେପଟେ କଂଗ୍ରେସ ତାଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି।

ପାଇଲଟ୍‌ କହିଛନ୍ତି, ମୋ ବିରୋଧରେ ଅଭିଯୋଗ ହେଉଛି ଯେ ମୁଁ ବିଜେପି ସହିତ ମିଶି ସରକାର ଭାଙ୍ଗିବାକୁ ଚାହୁଁଛି। ବିଜେପି ସହିତ ମିଶି ସରକାର ଭାଙ୍ଗିବା ଭୁଲ୍‌। ମୁଁ ନିଜ ଦଳ ବିରୋଧରେ ଏପରି କାମ କାହିଁକି କରିବି ? ମୁଁ ଏବେ ବି ଦଳରେ ରହିଛି। ଆଗାମୀ ପଦକ୍ଷେପ ସମ୍ପର୍କରେ ମୁଁ ମୋ ସମର୍ଥକଙ୍କ ସହିତ ଆଲୋଚନା କରିବି। ରାଜସ୍ଥାନର ଜନସାଧାରଣଙ୍କ ପାଇଁ କାମ କରିବା  ଜାରି ରଖିବି।

- Advertisement -

ଅନ୍ୟପଟେ କଂଗ୍ରେସ ପାଇଲଟ୍‌ଙ୍କୁ ପିସିସି ଅଧ୍ୟକ୍ଷ ପଦରୁ ହଟାଇବା ପରେ ତାଙ୍କୁ ଅଯୋଗ୍ୟ ଘୋଷିତ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି। ବାଚସ୍ପତି କଂଗ୍ରେସର ଅଭିଯୋଗ ଆଧାରରେ ପାଇଲଟ୍‌ଙ୍କ ସମେତ ୧୯ ବିଧାୟକଙ୍କୁ ନୋଟିସ ପଠାଇଛି। ଶୁକ୍ରବାର ସୁଦ୍ଧା ସେମାନଙ୍କୁ ଜବାବ ଦାଖଲ କରିବାକୁ କୁହାଯାଇଛି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ଏବଂ ଦଳୀୟ ବୈଠକରେ ୨ ଥର ଯୋଗ ନ ଦେବା ପରେ ସେମାନଙ୍କୁ କାହିଁକି ଅଯୋଗ୍ୟ ଘୋଷିତ କରାଯିବ ନାହିଁ ତାହାର କାରଣ ଦର୍ଶାଇବାକୁ କୁହାଯାଇଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories