ବାଲେଶ୍ୱର : ବାଲେଶ୍ୱର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ଅସ୍ତିଆ ପୋଲ ଛକ ନିକଟ ନୟନଜୋରି ନଦୀ ଜଳରୁ ଏକ କାରରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ବୁଧବାର ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଭାରସାମ୍ୟ ହରାଇ କାରଟି ପୋଲ ତଳକୁ ଖସିପଡ଼ିଛି ବୋଲି ସନ୍ଦେହ କରାଯାଉଛି। ଗାଡ଼ିର ଚାଳକ ଫେରାର ଥିବା ଜଣାପଡ଼ିଛି। ସକାଳେ ସ୍ଥାନୀୟଲୋକେ ପାଣିରେ ଗାଡ଼ି ଓଲଟିପଡ଼ିଥିବା ଦେଖି ସେଥିରୁ ମୃତଦେହ ଉଦ୍ଧାର କରିଥିଲେ। ଘଟଣା ବିଷୟରେ ପୁଲିସକୁ ଜଣାଇବା ପରେ ପୁଲିସ ପହଂଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।
Popular Categories



