ଫୁଲବାଣୀ :କନ୍ଧମାଳ ଜିଲାପାଳ ଓ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲା ପୁଲିସ ପକ୍ଷରୁ ଫୁଲବାଣୀ ମାଦିକୁନ୍ଦା ରିଜର୍ଭ ପୁଲିସ ପଡିଆର ପୁଲିସ ମେଡିକାଲ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ମୋଟ ୧୨୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ନିଜେ ରକ୍ତଦାନ କରି ଶିବିରକୁ ଉଦଘାଟନ କରିଥିଲେ। ଏହି ଅବସରରେ ଡେପୁଟି କମାଣ୍ଡେଣ୍ଟ ପ୍ରଦୀପ୍ତ ରାଉତ, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଦିଲ୍ଲିପ ମେହେର, ଫୁଲବଣୀ ରିଜର୍ଭ ଇନ୍ସପେକ୍ଟର ବିରସିଂ ଶବର, ଫୁଲବାଣୀ ଟାଉନ ଥାନା ଅଧିକାରୀ କନକ କୁମାର ମାଝୀ, ହୋମଗାର୍ଡ ଆରଆଇ ବାଲୁକେଶ୍ଵର କାଚାପ୍, ଫୁଲବାଣୀ ରକ୍ତଦାନ ସମିତିର ସହ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଭି. ଲୋକନାଥ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ଜିଲାର ଦାରିଙ୍ଗବାଡି, ବ୍ରାହ୍ମଣୀଗାଁ, ଖଜୁରୀପଡ଼ା,ଗୋଛାପଡ଼ା,ଚକାପାଦ,ଫିରିଙ୍ଗିଆ,ଫୁଲବାଣୀ ସଦର ଥାନା ସମେତ ଫୁଲବାଣୀର ପୁଲିସ ଯବାନମାନେ ସ୍ବେଚ୍ଛାକୃତ ଭାବେ ଆସି ରକ୍ତଦାନ କରିଥିଲେ। ଏଥିରେ ଫୁଲବାଣୀ ବିଏସଏଫ, ସିଆରପିଏଫ୍, ହୋମଗାର୍ଡ ଯବାନମାନଙ୍କ ସମେତ ଓଏସଆରଟିସି ଏବଂ ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ବିଭିନ୍ନ ସଂଗଠନର ଯୁବକ ଯୁବତୀ ମାନେ ଆସି ରକ୍ତଦାନ କରିଥିଲେ। ଏହି ଶିବିରରେ ରକ୍ତ ସଂଗ୍ରହ କାର୍ୟ୍ୟ ଫୁଲବାଣୀ ରକ୍ତଭଣ୍ଡାର ଦାୟିତ୍ଵରେ ଥିବା ଡା.ସବିତା ନାୟକଙ୍କ ତତ୍ବାବଧାନରେ କର୍ମଚାରୀ ପ୍ରଶାନ୍ତ କୁମାର ରତ୍ନାଲୁ,ସାକେତରାଣୀ ନାୟକ, ଅର୍ଚ୍ଚନା ପ୍ରଧାନ ଏବଂ ବରୁଣ ବେହେରା ପ୍ରମୁଖ ସମ୍ପାଦନ କରିଥିଲେ। ଏହି ଅବସରରେ ଫୁଲବଣୀ ଟିମ୍ ହ୍ୟୁମାନିଟିର ସଦସ୍ୟ ସଦସ୍ୟା ଓ ମିତ୍ର ଫାଉଣ୍ଡେସନର ସଦସ୍ୟ ସଦସ୍ୟାମାନେ ଶିବିରରେ ସହଯୋଗ କରିଥିଲେ ।



