www.samajalive.in
Saturday, December 13, 2025
14.1 C
Bhubaneswar

୨୦ ଲକ୍ଷର ଗଂଜେଇ ଜବତ – ଜଣେ ଗିରଫ, ୪ ଫେରାର୍‍

ଫୁଲବାଣୀ: କିଛିଦିନ ହେବ ଲଗାତାର ଭାବରେ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଦୁଇଟି ଥାନା ଫିରିଙ୍ଗିଆ ଓ ଗୋଛାପଡା ଥାନା ଅଧିକାରୀ ଏହି ଗଞେଇ ମାଫିଆ ମାନଙ୍କୁ ସାବାଡ କରିବା ପାଇଁ ଜାରି ରଖିଛନ୍ତି ନିଜର ରଣ କୈାଶଳ। ନିକଟରେ ଏହି ଦୁଇ ପୁଲିସ୍‍ ଅଧିକାରୀ ନିଜ ଥାନା ଅଞ୍ଚଳରେ ଗଞେଇ ମାଫିଆମାନଙ୍କୁ ସାବାଡ କାରି ରାଜ୍ୟ ପୁଲସ୍‍ ମହାନିର୍ଦ୍ଦେଶକଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ଏହି ଗଞେଇ ଧରାକୁ ନେଇ ଏହି ଦୁଇ ଥାନା ଅଧିକାରୀଙ୍କ ମଧ୍ୟରେ ସତେ ଯପେରି ପ୍ରତିଯୋଗିତ କରୁଥିବା ଭଳି ମନେ ହେଉଛି। ଗୁରୁବାର ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଦୁଇଜଣ ଆନ୍ତଜିଲ୍ଲା ଗଞେଇ ମାପିଆଙ୍କୁ ଗିରଫ କରି କୋଟଚାଲାଣ କରିବାର ଗୋଟିଏ ଦିନ ନପୁରୁଣୁ ଗୋଛାପଡା ଥାନା ଅଧିକାରୀ ତୃପ୍ତି ରଞନ ନାଏକଙ୍କ ଦ୍ୱାରା ୬ କୁଇଣ୍ଟାଲ୍‍ ୧୦ କିଲୋ ଗଞେଇ ଜବତ କରିବା ଘଟଣା ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

ଏହି ମାମଲାରେ ଜଣେ ଗିରଫ ହୋଇଥିଲେ ମଧ୍ୟ ୪ ଜଣ ଫେରାର୍‍ ହେବାର ସକ୍ଷମ ହୋଇଛନ୍ତି। କୈାଣଷି ସୁତ୍ରରୁ ଖବର ପାଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଗୋଛାପଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‍ ବାଲନ୍ଦାପଡ଼ା ପଂଚାୟତ ଅନ୍ତର୍ଗତ ବାଘଡୁଙ୍ଗୁରି ଗ୍ରାମର ପ୍ରଶନ୍ନ ଭୋଇ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢଉ କରିଥିଲେ। ଚଢଉ ସମୟରେ ଘରମାଲିକ ପ୍ରଶନ୍ନ ଭୋଇ ଏବଂ ଅନ୍ୟ ୪ ଜଣ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିବା ବେଳେ ଜଣେ ଗଞେଇ ମାଫିଆକୁ କାବୁ କରିବା ସହ ସେହି ଯାଗାରୁ ୬ କୁଇଣ୍ଟାଲ ୧୦ କିଲୋ ଗଞେଇ ଜବତ କରିବାରେ ସକ୍ଷମ ହୋଇଥିଲେ। ଗିରଫ ହୋଇଥିବା ଗଞେଇ ମାଫିଆ ଜଣକ ଉକ୍ତ ଗ୍ରାମର ଗଜେନ୍ଦ୍ର ବିଶି ବୋଲି ସଦର ଏସ୍‍.ଡ଼ିି.ପି.ଓ ମହେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଛନ୍ତି। ତେବେ ଫେରାର୍‍ ମାନଙ୍କୁ ଧରିବା ପାଇଁ ପୁଲିସ୍‍ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

- Advertisement -

ଏହି ମାମଲାରେ ଗୋଛାପଡା ଥାନାରେ କେସ ନଂ ୩୧ା୨୧ରେ ଏକ ମାମାଲା ରୁଜୁ କରି ଅଭିଯୁକ୍ତ ଗଞେଇ ମାଫିଆକୁ କୋର୍ଟ ଚାଲାଣ କରାଯିବା ସହିତ ଗିରଫ ବ୍ୟକ୍ତିର ସୂଚନା ପ୍ରକାରେ ଘର ମାଲିକ ଓ ଅନ୍ୟ ୩ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଜବତ ଗଂଜେଇର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଇଥିବା ବେଳେ ତାହା କଂଟାମାଳ ରାସ୍ତାରେ ଅନ୍ୟତ୍ର ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ତଦନ୍ତରୁ ଜଣାଯାଇଛି।

Hot this week

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

Related Articles

Popular Categories