www.samajalive.in
Thursday, December 11, 2025
26.1 C
Bhubaneswar

ଲାଞ୍ଜିଗଡ଼ ସହରକୁ ସଟଡାଉନ୍‍ ଘୋଷଣା ଦାବି, ନିଜଆଡୁ ଦୋକାନ ବଜାର ବନ୍ଦ କଲା ବଣିକ ସଂଘ

ଲାଞ୍ଜିଗଡ: କରୋନାରେ ଆକ୍ରାନ୍ତ ହୋଇ ଗତକାଲି ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ପରେ ଲାଞ୍ଜିଗଡ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଗତ କିଛିଦିନ ହେଲା ଲାଞ୍ଜିଗଡ ଅଞ୍ଚଳରେ ଷାଠିଏରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକଙ୍କ ଚିନ୍ତା ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ସହରକୁ ସଟଡାଉନ୍‍ ନଚେତ୍‍ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା କରିବା ପାଇଁ ଲାଞ୍ଜିଗଡ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଗତକାଲି ସନ୍ଧ୍ୟାରେ ଲାଞ୍ଜିଗଡ ହାଇସ୍କୁଲ ପଡିଆରେ କୋଭିଡ କଟକଣା ପାଳନ କରି ଏକ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଲାଞ୍ଜିଗଡ ଅଞ୍ଚଳର ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଓ ନାଗରିକ ସଂଗଠନ, ଲାଞ୍ଜିଗଡ ବଣିକ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସର୍ବ ସମ୍ମତି କ୍ରମେ ଲାଞ୍ଜିଗଡ ସହରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ନେଇ ଆଜି ଲାଞ୍ଜିଗଡ ତହସିଲଦାରଙ୍କୁ ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଲାଞ୍ଜିଗଡ ସହରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା, ଲାଞ୍ଜିଗଡକୁ ସଂଯୋଗ କରୁଥିବା ପ୍ରବେଶ ପଥଗୁଡିକରେ କଡାକଡି ଯାଞ୍ଚ କିମ୍ବା ସିଲ୍‍ କରାଯିବା, ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ଲାଞ୍ଜିଗଡଠାରେ ଏକ କୋଭିଡ ପରୀକ୍ଷା କେନ୍ଦ୍ର ଖୋଲାଯିବା, ବେଦାନ୍ତ କଂପାନୀର ସଂପ୍ରସାରଣ କାମକୁ କିଛିଦିନ ବନ୍ଦ କରାଯିବା, ବେଦାନ୍ତ କର୍ମଚାରୀମାନଙ୍କୁ କଂପାନୀ ପରିସରରେ ରଖି କଂପାନୀ ଚାଲୁ ରଖିବା ଆଦି ଦାବି କରିଛନ୍ତି ଅଞ୍ଚଳବାସୀ। ସେହିପରି ଲାଞ୍ଜିଗଡ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କୋଭିଡ କଟକଣାକୁ ଜୋରଦାର କରାଯିବା ଓ ଏଥିପାଇଁ ଜନସାଧାରଣ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ଏପରିସ୍ଥଳେ ଲାଞ୍ଜିଗଡ ବଣିକ ସଂଘ ପକ୍ଷରୁ ନିଜଆଡୁ ତିନିଦିନ ପାଇଁ ଦୋକାନ ବଜାର ବନ୍ଦ ରଖିବାକୁ ଘୋଷଣା କରାଯାଇଛି। କରୋନା ସଂକ୍ରମଣର ଚେନ୍‍ ଭାଙ୍ଗିବାକୁ ଲାଞ୍ଜିଗଡ ଅଞ୍ଚଳବାସୀ ନିଜ ଆଡୁ ସତର୍କ ହେଉଥିବାବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସହାୟତା କରିବାର ଆବଶ୍ୟକତା ରହିଛି। ଏଣୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ଦାବି ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି।

Hot this week

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

Related Articles

Popular Categories