www.samajalive.in
Wednesday, December 10, 2025
18.1 C
Bhubaneswar

ମେଘା ସେକ୍ଟରରେ ବିଶ୍ୱ ଧରା ଦିବସ ପାଳିତ

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ବେଣ୍ଟପଦା ଅଙ୍ଗନବାଡ କେନ୍ଦ୍ରଠାରେ ଗୁରୁବାର ବିଶ୍ୱ ଧରା ଦିବସ ବା ଧରିତ୍ରୀ ଦିବସ କୋଭିଡ ନିୟମ ଅନୁପାଳନ ପୂର୍ବକ ପାଳନ ହୋଇଯାଇଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ପରାମର୍ଶକ୍ରମେ ମେଘା ସେକ୍ଟରର ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସ୍‍ଲମ୍‍ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଣ୍ଟପଦା ସରପଞ୍ଚ କନକଲତା ସାହୁ ଓ ସମିତିସଭ୍ୟ ରଜନୀ ଓଝା ଅତିଥି ଭାବେ ଯୋଗଦେଇ ବିଶ୍ୱରେ ପରିବେଶ ସୁରକ୍ଷିତ ରହିଲେ ଜୀବଜଗତ ସୁରକ୍ଷିତ ରହିପାରିବେ ବୋଲ ମତବ୍ୟକ୍ତ କରି ପରିବେଶ ସୁରକ୍ଷା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ। ବିଶ୍ୱ ପରିବେଶକୁ ସନ୍ତୁଳିତ ରଖିବା ଉଦ୍ଦେଶ୍ୟରେ ବିଶ୍ୱ ଧରିତ୍ରୀ ଦିବସ ପାଳନ କରାଯାଉଥିବା ଶ୍ରୀ ଅସଲମ ପ୍ରକାଶ କରିଥିଲେ।

ବିଶ୍ୱର ପରିବେଶ ସନ୍ତୁଳିତ ରଖିବା ପାଇଁ ବନାଗ୍ନିକୁ ରୋକିବା, ଜଳ ସଂରକ୍ଷଣ କରିବା ଏବଂ ବ୍ୟାପକ ସବୁଜ ବଳୟ ସୃଷ୍ଟି କରିବା ଦ୍ୱାରା ଜଳବାୟୁର ସନ୍ତୁଳନ ରକ୍ଷା କରାଯାଇପାରିବ। ଜଳବାୟୁ ସନ୍ତୁଳିତ ରହିଲେ ମାନବ ସମାଜ ଏକ ସୁସ୍ଥ ଜୀବନଯାପନ କରିପାରିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ଏହି ଉପଲକ୍ଷେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବେଣ୍ଟପଦା ଗ୍ରାମରେ ଏକ ଶୋଭାଯାତ୍ରା କରାଯାଇଥିଲା। ସ୍ୱାସ୍ଥ୍ୟକର୍ମୀ ସୁରେଖା ପ୍ରଧାନ, ବିଜୟ କୁମାର ଜେନା ଅଙ୍ଗନବାଡି କର୍ମୀ ଧରିତ୍ରୀ ସ୍ୱାଇଁ, ଅମ୍ବିକା ରାଓ, ଶୁଭଶ୍ରୀ ସାହୁ, ଲୀଳାବତୀ ସାହୁ, ପ୍ରମୋଦିନୀ ପୃଷ୍ଟି, ସ୍ୱର୍ଣ୍ଣଲତା ସାହୁ, ଆଶାକର୍ମୀ ବାସନ୍ତି ରାଉଳ, ଅବନ୍ତି ବେହେରା, ଉର୍ମିଳା ବାଘ, ତିଳୋତ୍ତମା ସାହୁଙ୍କ ସମେତ ମହିଲା ଏସଏଚଜି ଓ ଗାଁ କଲ୍ୟାଣ ସମିତିର ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories