ଫୁଲବାଣୀ: ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଫୁଲବାଣୀ ଶାଖା ତରଫରୁ ଫୁଲବାଣୀ ବ୍ଲକର ପ୍ରଥମ ‘ମୋ ଘର’ ଋଣ ତୁଡ଼ିପାଯୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଜୁରିବିଡା ଗ୍ରାମର ଅନିଲ କୁମାର ଗଣ୍ଡାଙ୍କୁ ପ୍ରଦାନ କରାଯାଇଛି। ବ୍ଲକ ପରିସରରେ ବ୍ଲକ ଉନ୍ନୟନ ଅଧିକାରୀ ପ୍ରତୀକ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗୁରୁବାର ଋଣ ଗ୍ରହୀତା ଅନିଲଙ୍କୁ ତିନି ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ସମୃଦ୍ଧିଶାଳୀ ଓଡ଼ିଶା ଗଠନର ସ୍ବପ୍ନକୁ ସାକାର କରିବା ପାଇଁ ଗାଁ ଗଣ୍ଡାର ସବୁ ଲୋକଙ୍କୁ ପକ୍କାଘର ଖଣ୍ଡେ ଯୋଗାଇ ଦେବା ଲକ୍ଷ୍ୟରେ ଏହି ‘ମୋ ଘର’ ଯୋଜନା ପ୍ରଣୟନ କରାଯାଇଛି ବୋଲି ପ୍ରତୀକ ସାହୁ କହିଥିଲେ। ଏଥିପାଇଁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଫୁଲବାଣୀ ଶାଖା ପରିଚାଳକ ଗୋପବନ୍ଧୁ ମାଲିକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ବୈଠକରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଆଞ୍ଚଳିକ ବ୍ୟାଙ୍କ ଅଧିକାରୀ ସରୋଜ କୁମାର ନାହାକ, ବ୍ଲକ ବିପିଏମ ସୁଶ୍ରୀ ଗୀତାଞ୍ଜଳୀ ସ୍ବାଇଁ, ବ୍ୟାଙ୍କ କ୍ଷେତ୍ର ଅଧିକାରୀ ମୁକେଶ କୁମାର ରାୟ, ବ୍ୟାଙ୍କର ଅପରେସନ ମ୍ୟାନେଜର ବାଲାଜୀ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ଋଣ ଗ୍ରହୀତା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ତାଙ୍କୁ ଏହି ଗୃହଋଣ ଯୋଗାଇ ଦେଇଥିବାରୁ ସେ ଠିକ୍ ସମୟରେ ଋଣ କିସ୍ତି ପଇଠ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।
Popular Categories



