www.samajalive.in
Monday, December 15, 2025
16.1 C
Bhubaneswar

ଫୁଲବାଣୀ ଚାଇଲଡ ଲାଇନ ରୋକିଛି ୭୧ଟି ବାଲ୍ୟ ବିବାହ

ଫୁଲବାଣୀ:ଗତ ୨୦୧୨ ମସିହାରୁ କନ୍ଧମାଳ ଜିଲାରେ କାର୍ଯ୍ୟ କରି ଆସୁଥିବା ଚାଇଲଡ ଲାଇନ ଜିଲାରେ ଶିଶୁ ମାନଙ୍କ ସୁରକ୍ଷା, ଥଇଥାନ ଏବଂ ଉନ୍ନତୁି ଦିଗରେ ଯଥେଷ୍ଟ କାର୍ଯ୍ୟ କରିଛି। ଆଗକୁ ଏ ଦିଗରେ ଆହୁରି ଅନେକ କରିବାର ଅଛି ବୋଲି ଆଜି ସ୍ଥାନିୟ ସାମ୍ବାଦିକ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚାଇଲଡ ଲାଇନର ନିର୍ଦେଶକ ରବୀନ୍ଦ୍ରନାଥ ପଣ୍ଡା କହିଛନ୍ତି। ଜିଲାରେ ଇତି ମଧ୍ୟରେ ଶିଶୁ ସୁରକ୍ଷା ସଂପର୍କରେ ଜାଗରୁକତା ବଢିଥିିବା ସହ ହେଲପଲାଇନ ୧୦୯୮ ସଂପର୍କରେ ମଧ୍ୟ ସଚେତନତା ସୃଷ୍ଟି ହୋଇ ପାରିଛି ବୋଲି ସେ କହିଛନ୍ତି। ଅନେକ ସମୟରେ ଚାଇଲଡ ଲାଇନର କର୍ମକର୍ତ୍ତାଙ୍କୁ ପ୍ରତିକୂଳ ପରିସ୍ଥିତିରେ କାମ କରିବାକୁ ପଡୁଥିିଲେ ବି ସଂସ୍ଥାର କର୍ମକର୍ତାମାନେ ଗତ କିଛି ବର୍ଷ ମଧ୍ୟରେ ନିଜର ଦାତିତ୍ୱ ତୁଲାଇବାରେ ସଫଳ ରହିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଗତ ବର୍ଷ ଚାଇଲଡ ଲଇନ ପକ୍ଷରୁ ୭୧ଟି ବାଲ୍ୟ ବିବାହ ରୋକାଯାଇଥିବା ବେଳେ ୨୨ ଜଣ ଶିଶୂଙ୍କୁ ନିର୍ଯ୍ୟାତନାରୁ ରକ୍ଷା କରାଯାଇଛି ଏବଂ ୧୫ ଜଣ ଶିଶୁଙ୍କୁ ପ୍ରତିପାଳନ ଓ ଶିକ୍ଷାର ସୁଯେ୍ାଗ ଦିଆଯାଇ ପାରିଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଚାଲାଣ କରାଯାଉଥିବା ବେଳେ ୩୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି ଏବଂ ୮ ଜଣ ନିଖୋଜ ଓ ଘରୁ ଚାଲିଯାଇଥିବା ଶିଶୁଙ୍କୁ ଚାଇଲଡ ଲାଇନ କର୍ମକର୍ତ୍ତାମାନେ ଉଦ୍ଧାର କରିଥିବା କୁହାଯାଇଛି।

 

- Advertisement -

ତେବେ କନ୍ଧମାଳ ଜିଲାରେ ବାଲ୍ୟ ବିବାହ ଏବଂ ଅନ୍ୟାନ୍ୟ ଶିଶୁ ସମସ୍ୟା ସଂପର୍କିତ ଅଧିକ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି ବୋଲି ଏ ଅବସରରେ ନିର୍ଦ୍ଦେଶକ ଶ୍ରୀ ପଣ୍ଡା କହିଛନ୍ତି। ଜିଲାରେ ବିଭିନ୍ନ ବାବେ ନିର୍ଯ୍ୟାତିତ ହେଉଥିବା କିମ୍ବା ବାଲ୍ୟ ବିବାହରୁ ରୋକା ଯାଉଥିବା କିଶୋରୀ ମାନଙ୍କୁ ଉଦ୍ଧାର ପରବର୍ତ୍ତୀ ଦେଖାରେଖାର ଆବଶ୍ୟକତା ଉପରେ ଏହି ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲାରେ ଚାଇଲଡ ଲଇନର ଆଉ ଦୁଇଟି ସବ ସେଣ୍ଟର ସ୍ଥାପନର ଆବଶ୍ୟକତା ରହିଥିବା ନିର୍ଦ୍ଦେଶକ କହିଥିଲେ। ଏ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ବି ତାହା କାର୍ଯ୍ୟକାରୀ ହୋଇ ପାରି ନାହିଁ। ତେଣୁ ଚାଇଲଡ ଲାଇନର କାର୍ଯ୍ୟ ପରିସରକୁ ବଢାଇ ହେଉ ନ ଥିବା କହିଥିଲେ ଶ୍ରୀ ପଣ୍ଡା। ଚାଇଲଡ ଲଇନର କାର୍ଯ୍ୟକ୍ରମ ସଂଯେ।।ଜିକା ରଂଜିତା କମ୍ପ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ପ୍ରେସ କ୍ଲବର ସଭାପତି ଶିବ ପ୍ରସାଦ ତ୍ରିପାଠି, ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ ମଂଚାସୀନ ଥିଲେ। ଶିବ ଶଂକର ବେହେରା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପ୍ରଭାସ ରଂଜନ ନାୟକ ଚାଇଲଡ ଲଇନର କାର୍ଯ୍ୟକ୍ରମ ଉପରେ ବର୍ଣ୍ଣନା କରିଥିଲେ। ସଦସ୍ୟ ଦୀଲ୍ଲୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories