www.samajalive.in
Wednesday, December 10, 2025
23.1 C
Bhubaneswar

କନ୍ଧମାଳରେ ଆଜାଦିକି ଅମୃତ ମହୋତ୍ସବ ପାଳିତ, ଯୋଗଦେଲେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ

ଫୁଲବାଣୀ: ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ସଭାଗୃହ ପରିସରରେ ୩ ଦିନ ଧରି ସ୍ୱାଧୀନତାର ୭୫ ବର୍ଷ ଅବସରରେ ଆୟୋଜିତ ହୋଇଥିବା ଆଜାଦିକି ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସହଯୋଗାରେ ସ୍ୱେଚ୍ଛାସେବୀ ସଂଗଠନ ଅନନ୍ୟା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନରେ କେନ୍ଦ୍ର ଆଦିବାସୀ ବ୍ୟାପାର ଏବଂ ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳର ସ୍ୱାଧୀନତା ସଂଗ୍ରାମୀ ଏବଂ ଦର୍ଶନିୟ ସ୍ଥାନ ମାନଙ୍କର ଏକ ଷ୍ଟଲକୁ ଉଦଘାଟିତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଜିଲାର ପ୍ରଥମ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ , ଓଡ଼ିଆ ଚଳଚିତ୍ର ତାରକା ହରିହର ମହାପାତ୍ର , ଅନନ୍ୟାର ପ୍ରତିଷ୍ଠାତା ସୁକାନ୍ତ କୁମାର ପାଣିଗ୍ରାହୀ, କନ୍ଧମାଳ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ରଣଜିତ୍, ମହୋତ୍ସବ କମିଟିର ସଂଯୋଜକ ତଥା ଜିଲା ଆଇନଜୀବି ସଂଘର ସଭାପତି ଭଗବାନ ମହାନ୍ତି ପ୍ରମୁଖ ଯୋଗାଦେଇଥିଲେ। ଏହି ଅବସରରେ ଜିଲାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପରିବାରକୁ ସମ୍ମାନିତ କରାଯାଇଥିଲା।

ସେହିଭଳି ଦ୍ୱିତୀୟ ଦିନରେ କନ୍ଧମାଳ କୃଷି ଭିତ୍ତିକ ବିକାଶ ଏବଂ କନ୍ଧମାଳର ଆଦିବାସୀ ମାନଙ୍କର ସଂସ୍କୃତି, କଳା, ଖାଦ୍ୟପେୟର ଆଲୋଚନା ଚକ୍ର ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଆୟୋଜିତ କରାଯାଇଥିବା ବେଳେ ଏଥିରେ ଆଲୋଚକ ଭାବେ ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରହଲ୍ଳାଦ ସେନାପତି, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ତାରକେଶ୍ୱର ପାଣି, ଅତିରିକ୍ତ ଜିଲା ପ୍ରାଣିଧିନ ଅଧିକାରୀ ଡ଼.ଅଳକା ପଟ୍ଟନାୟକ, କୃଷି ବିଭାଗର ଅବସର ପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଅମରେଶ୍ୱର ମିଶ୍ର, କୃଷି ବୈଜ୍ଞାନିକ ମାନସରଂଜନ ସାହୁ, ତ୍ରିନାଥ ପାଣିଗ୍ରାହୀ, ଐତିହାସିକ ଦଧିବାବନ ମିଶ୍ର , ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ଶାଶ୍ୱତ ପାଣିଗ୍ରାହୀ , ଏବିଭିପିର ସଂପର୍କ ପ୍ରମୁଖ କବଳେଶ ଦାସ ପ୍ରମୁଖ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲେଚାନା କରିଥିଲେ।

- Advertisement -

ମହୋତ୍ସବର ଦ୍ୱିତୀୟ ଦିନରେ ଟ୍ରାଇଫେଡ଼ର ଉପାଧ୍ୟକ୍ଷ ପବିତ୍ର କହଁର ଯୋଗଦେଇ ଜିଲାର ବିଭିନ୍ନ ଅଗ୍ରଣୀ ଚାଷୀମାନଙ୍କୁ ସମ୍ମାନିତ କରିଥିଲେ। ଉଦଯାପନି ଉତ୍ସବରେ ଜାତୀୟ ଜନଜାତୀ ଆୟୋଗ ସଦସ୍ୟ ଅନନ୍ତ ନାୟକ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଉଦବୋଧନ ଦେବା ସହିତ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ତିନିଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବର ସଂନ୍ଧ୍ୟାରେ ବିିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଲା। ହାସ୍ୟ ଅଭିନେତା ବ୍ରଜ ସିଂ, ସିନେ ତାରକା ଓମକାର ଓ ପ୍ରିୟଙ୍କା, ହରିହର ମହାପାତ୍ର ଓ ଅନ୍ୟମାନେ ଯୋଗଦେଇଥିଲେ। ଅନନ୍ୟାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅବିନାଶ ମହାନ୍ତି କାର୍ଯ୍ୟକ୍ରମ ପରିିଚାଳନା କରିଥିଲେ।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories