ସମାଜରେ କ୍ରାନ୍ତି ଆଣି ସମଗ୍ର ମାନବ ଜାତିକୁ ଜାଗ୍ରତ କରିଥିଲେ ସନ୍ଥ କବି ଭୀମମୋଇ

ଫୁଲବାଣୀ:କନ୍ଧମାଳ ଜିଲା ଆଡସିପଡା ଗ୍ରାମ ପଞ୍ଚାୟତର କାମ୍ବାପଡା ଠାରେ ଆଞ୍ଚଳିକ ଅଲେଖ ମହିମା ଶରଣ କମିଟି ଆବାହକ ଭକ୍ତ ନିର୍ମଳ ବେହେରାଙ୍କ ଆବାହକତ୍ୱରେ ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ ବିଭିନ୍ନ ଅଂଚଳର ଅଲେଖ ମହିମା ଭକ୍ତଙ୍କୁ ନେଇ ପାଳନ କରାଯାଇଛି। ବ୍ରହ୍ମ ନିଷ୍ଠ ସାଧୁ ମହେଶ୍ୱର ଦାସ ଦୀପ ଦାନ କରି ସଭାକାର୍ଯ୍ୟ ଶୁଭାରମ୍ଭ କରିଥିଲେ ମୁଖ୍ୟ ଅତିଥି ରୂପେ ଜିଲା ମୁଖ୍ୟ ଚିକିତ୍ସାଳୟର ଫୁଲବାଣୀ ର ଲୋକସମ୍ପର୍କ ଅଧିକାରୀ ଧର୍ମେନ୍ଦ୍ର ତାଣ୍ଡି, ମୁଖ୍ୟ ବକ୍ତା ଆଇନଜୀବୀ ସତ୍ୟନାରାୟଣ ବେହେରା, ଅତିଥି ରୂପେ ସୋମନାଥ ବାଗ. ସରକାରୀ କର୍ମଚାରୀ କମଳ ବେହେରା, ମାର୍ଗଦର୍ଶକ ଭାବେ ମହିମା ଶରଣ ଓଡିଶା ଉପସଭାପତି ଭକ୍ତ ଅନାମ ଦିଗଲ ଯୋଗଦେଇ ଥିଲେ। ଅନ୍ୟତମ ଅତିଥି ଅବସରପ୍ରାପ୍ତ ସେନାକର୍ମଚାରି ଡ୍ରାଇଭର କହଁର ଓ ଭକ୍ତ ଉମେଶ ମଲ୍ଲିକ ଓ ବୀଣାକାର ଯାନୀ ଯୋଗ ଦେଇ ଥିଲେ।

ମୁଖ୍ୟ ଅତିଥି ଭୀମ ଭୋଇଙ୍କ ଜୀବନୀ ଓ ତାଙ୍କ ଉକ୍ତି ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡି ଥାଉ ଜଗତ ଉଦ୍ଧାର ହେଉର ବ୍ୟାଖ୍ୟା କରିଥିଲେ। ସୋମନାଥ ବାଗ ଭୀମ ଭୋଇ ବହୁଜନ ଙ୍କ ମଧ୍ୟରେ କ୍ରାନ୍ତି ଆଣିବାକୁ ଯାଇ ଗୀତ କବିତା ମଧ୍ୟରେ ଅଲେଖ ମହିମା ଧର୍ମ ପ୍ରଚାର ସମଗ୍ର ବିଶ୍ୱ ରେ କରବା କଥା ବ୍ୟକ୍ତ କରିଥିଲେ। ଆଇନଜୀବୀ ସତ୍ୟନାରାୟଣ ବେହେରା ମହିମା ଧର୍ମ ପ୍ରକୃତରେ ଆଦିଧର୍ମ ନିରାକାରଙ୍କ ସୃଷ୍ଟିକୁ ଭୀମ ଭୋଇ ବୁଝି ପାରିଥିଲେ ଓ ସମାଜରେ କ୍ରାନ୍ତି ଆଣି ସମଗ୍ର ମାନବ ଜାତିକୁ ଜାଗ୍ରତ କରିଥିଲେ। ଭକ୍ତ ତେଜେଶ୍ବର ମଲ୍ଲିକ, ଅଭିମନ୍ୟୁ, ବିଶ୍ବମିତ୍ର, ଶମ୍ଭୁନାଥ ସହଯୋଗ କରିଥିଲାବେଳେ ବଟ କୃଷ୍ଣ ପଧାନ ସଭା ପରିଚାଳନା କରିଥିଲେ।

Comments are closed.