www.samajalive.in
Saturday, December 6, 2025
14.1 C
Bhubaneswar

ଷ୍ଟ୍ରବେରି ଚାଷ ଓ ୫-ଟି ବିଦ୍ୟାଳୟ ବୁଲି ଦେଖିଲେ ପଞ୍ଚାୟତ ପ୍ରତିନିଧି

ଫୁଲବାଣୀ: କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧିମାନେ ରବିବାର ମାଣିକେଶ୍ବର ପଞ୍ଚାୟତ ପରିଦର୍ଶନରେ ଯାଇ ବରେପଙ୍ଗା ଠାରେ ଥିବା ଷ୍ଟ୍ରବେରି ଚାଷ ବୁଲି ଦେଖିଥିଲେ । ଖୁବ କମ ସମୟ ମଧ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀମାନେ ଏହି ଚାଷ କରି ସଫଳତା ଲାଭ କରିଥିବାରୁ ସେ ସମ୍ପର୍କରେ ଲୋକ ପ୍ରତିନିଧିମାନେ ସେମାନଙ୍କ ସହ ଆଲୋଚନା କରିଥିଲେ।

ଏହାକୁ ଅନ୍ୟ ପଞ୍ଚାୟତମାନଙ୍କରେ ମଧ୍ୟ କିପରି ଚାଷ କରାଯାଇପାରିବ ଏବଂ ଏଥିପ୍ରତି ଚାଷୀମାନେ ଆଗ୍ରହ ପ୍ରକାଶ କରିବେ ସେନେଇ ବିଡିଓ ଶରତ ପାତ୍ର ଏବଂ ଓଡ଼ିଶା ଜୀବିକା ମିଶନର ବିପିଏମ ଜୟଦେବ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ମାଣିକେଶ୍ବର ଯୋଗେଶ୍ୱର ହାଇସ୍କୁଲର ୫-ଟି ରୂପାନ୍ତରଣ କାର୍ଯ୍ୟ ମଧ୍ୟ ବୁଲି ଦେଖିଥିଲେ। ଏଥିରେ ବିଡିଓଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ଉପାଧ୍ୟକ୍ଷା ରିନା ପ୍ରଧାନ ସାମିଲ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories