www.samajalive.in
Saturday, December 6, 2025
16.1 C
Bhubaneswar

ପଞ୍ଜୀକରଣ ହେଉ କଳାକାର ସଂଘ, ମିଳୁ ମାନ୍ୟତା

ଫୁଲବାଣୀ :କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ସ୍ତରୀୟ କଳାକାର ସଂଘ ପକ୍ଷରୁ ବିଭିନ୍ନ ଦାବିନେଇ ଏକ ଦାବିପତ୍ର ଆଜି ବ୍ଳକ ଓ ତହସିଲ୍ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି। ବ୍ଳକ ସ୍ତରୀୟ ସଂଘକୁ ମାନ୍ୟତା ପ୍ରଦାନ ଓ ପଞ୍ଜୀକରଣ କରିବାକୁ ସେମାନେ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। ଏହାସହିତ ବ୍ଳକ ସ୍ତରୀୟ କଳାକାର ମାନେ ଦୀର୍ଘବର୍ଷ ଧରି ବିଭିନ୍ନ ପ୍ରକାର କଳାକୁ ନେଇ ସରକାରୀ ସ୍ତରରେ ସଚେତନ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ ପଞ୍ଜୀକରଣ କରାଯାଇନଥିବାର ଉଲ୍ଲେଖ କରାଯାଇଛି।

 

- Advertisement -

ବ୍ଳକ ସ୍ତରୀୟ ସଂଘର ସଭାପତି ତରଣିସେନ୍ ଦିଗାଲ, ସଂପାଦକ ପ୍ରକାଶ ଚନ୍ଦ୍ର ନାୟକ, ସଚିଦାନନ୍ଦ ପଟ୍ଟନାୟକ, ପ୍ରସନ୍ନ କୁମାର ସାହୁ ପ୍ରମୁଖଙ୍କ ତତ୍ତ୍ବାବଧାନରେ ବ୍ଳକ ସ୍ତରୀୟ କଳାକାରମାନେ ସେମାନଙ୍କ ମା’ ଶାରାଳା ବ୍ଳକ ସ୍ତରୀୟ କଳାକାର ସଂଘର ମାନ୍ୟତା ତଥା ପଞ୍ଜୀକରଣ ପାଇଁ ସହଯୋଗ କରିବାକୁ ଏହି ଦାବିପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି। କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ସ୍ତରୀୟ କଳାକାର ସଂଘ ପକ୍ଷରୁ ଖଜୁରିପଡ଼ା ବ୍ଳକରେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଦିବ୍ୟସିଂହ କହଁରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ସ୍ତରୀୟ କଳାକାର ସଂଘ ପକ୍ଷରୁ ତହସିଲ୍ କାର୍ଯ୍ୟାଳୟରେ ତହସିଲ୍‌ଦାର ସ୍ୱପ୍ନିତା ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories