www.samajalive.in
Saturday, December 13, 2025
27.1 C
Bhubaneswar

ଗଞ୍ଜେଇ ଚାଷ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ

ଫୁଲବାଣୀ: କନ୍ଧମାଳ ଜିଲାରେ ଦିନକୁଦିନ ବେଆଇନ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ବଢିଚାଲିଥିବାରୁ ଏହାକୁ ରୋକିବା ପାଇଁ ଜିଲା ଅବକାରୀ ବିଭାଗ ସହଯୋଗରେ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳାସଙ୍ଗମ ପକ୍ଷରୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପବିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠାନର ସଂଯୋଜକ ସୁନୀଲ ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଧିକାରୀ ରଶ୍ମୀରଂଜନ ମହନ୍ତ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ଡ.ଅରୂପ ଜେନା , ଅବକାରୀ ବିଭାଗଏ ଏସଆଇ ରୀତlଞ୍ଜଳି ମିଶ୍ର, ପଞ୍ଚାୟତ ନିର୍ବହୀଅଧିକାରୀ ତ୍ରିଲୋଚନ ଖମାରୀ , ପବିଙ୍ଗିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଲାଲମୋହନ କହଁର, ଫିରିଙ୍ଗିଆ ସମିତି ସଭ୍ୟା ମୈସୁମି ପ୍ରଧାନ,ପବିଙ୍ଗିଆ ସମିତି ସଭ୍ୟା ମାନଶି କହଁର, ପ୍ରମୁଖ ଯୋଗ ଦେଇ ବେଆଇନ ଗଂଜେଇ ଚାଷ ଓ କାରବାରରୁ ନିବୃତ୍ତହୋଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ରେ ସାମିଲହେବା ଲାଗି ପରାମର୍ଶ ଦେଇଥିଲେ।

- Advertisement -

ଏହାପରେ ବରିଷ୍ଠ ଆଇନଜୀବୀ ତଥା ନାଟ୍ୟକାର ବିଜୟ ପଟନାୟକ ଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ସଚେତନ ଧର୍ମୀ ପଥ ପ୍ରାନ୍ତ ନାଟକ’ ନୀଳ ଜହର’ ପ୍ରଦର୍ଶିତହୋଇଥିଲା। କଳାକାର ସଙ୍ଘ ଉପସଭାପତି ପ୍ରମୋଦ ଦଣ୍ଡସେନାଙ୍କ ନେତୃତ୍ୱରେ ନିଳ ଜହର ପ୍ରଦର୍ଶିତ ହୋଇଥିଲା lପଂଚାୟତ ର ଲୋକପ୍ରତିନିଧିଙ୍କ ସମେତ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା,ଆଶା କର୍ମୀ ସ୍ବେଛାସେବୀ, ସ୍ଥାନୀୟ ଜନସାଧାରଣ ବହୁସଂଖ୍ୟାରେ ଯୋଗ ଦେଇଥିଲେ।

ସେହିପରି ପବିଙ୍ଗିଆ ପଂଚାୟତ ଠାରେଅନୁଷ୍ଠିତ ସଭାରେ ମଧ୍ୟ ଗଞ୍ଜେଇ ଚାଷ ରୁ ନିବୃତ ରହି ବାପାଇଁ ଉପସ୍ଥିତ ଅତିଥି ମାନେ ପରାମର୍ଶ ଦେଇଥିଲେ।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories