ଫୁଲବାଣୀ:ଫୁଲବାଣୀ ସହରର ମୁଖ୍ୟ ରାଜରାସ୍ତାର ସ୍ଥାନୀୟ ମାଦିକୁନ୍ଦା ଛକ ନିକଟସ୍ଥ ଭବାନୀ ୧ ବଜାରର ଏକ ଚାହା ଦୋକାନ ସମ୍ମୁଖରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ଏ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଭାଗ ନଜରରେ ନପଡ଼ିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ବଜାର କମିଟିର ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଦୀର୍ଘଦିନ ହେଲା ଏକ ବାଉଁଶ ସାହାରାରେ ବିଦ୍ୟୁତ୍ ଖୁଣ୍ଟଟି ରହିଥିବା ବେଳେ ସାମାନ୍ୟ ପବନ ହେଲେ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି।
ଆଜିକୁ ବହୁ ବର୍ଷ ହେଲା ଓହଳି ରହିଛି ବିପଦ ସଂକୁଳ ପରିସ୍ଥିତିରେ ଏଗାର କେଭି ତାର ବିଶିଷ୍ଟ ଲୁହା ବିଦ୍ୟୁତ ଖୁଣ୍ଟ। ବାରମ୍ବାର ବିଦ୍ୟୁତ ବିଭାଗକୁ ଅଭିଯୋଗ ସତ୍ତ୍ବେ ପଦକ୍ଷେପ ନିଆଯାଉନି । ପ୍ରତିଦିନ ରାତି ପାହିଲେ ବହୁ ସଂଖ୍ୟାରେ ରାଜନେତା, ଠିକାଦାର, ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପୁଲିସ ଅଫିସର୍ ପର୍ଯ୍ୟନ୍ତ ସାଧାରଣ ଜନତା ସେଠାକୁ ଚା ପିଇବାକୁ ଆସନ୍ତି । ହେଲେ କାହାର ନଜର ପଡୁନି। ସେଥିପ୍ର ବୋଧେ ବିଦ୍ୟୁତ ବିଭାଗର କର୍ତ୍ତବ୍ୟର ଅବହେଳା ଯୋଗୁଁ ଆଗକୁ ଉକ୍ତ ଜାଗାକୁ ନିଶ୍ଚୟ ବିପଦ ସଂକେତ ମାଡି ଆସୁଚି ଏଥିରେ ସନ୍ଦେହ ନାହିଁ । ଏଣୁ ଯଥା ଶୀଘ୍ର ବିଦ୍ୟୁତ୍ ବିଭାଗ ଉପଯୁକ୍ତ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବୀ ହେଉଛି।



