ବାଇକ ଧକ୍କାରେ ଦାରିଙ୍ଗବାଡ଼ି ବାହାଦୂର ମୃତ

ଫୁଲବାଣୀ/ଦାରିଙ୍ଗବାଡ଼ି: ବାଇକ ଧକ୍କାରେ ଦାରିଙ୍ଗବାଡ଼ି ବାହାଦୂର ମୃତ। ମୃତକ ଜଣକ ହେଲେ ଦାରିଙ୍ଗବାଡ଼ି ବଜାରରେ ରାତ୍ରି କାଳରେ ଦୋକାନ ବଜାର ସୁରକ୍ଷିତ ରଖିବା ପାଇଁ ଜାଗ୍ରତ ପ୍ରହରୀ କର୍ଣ ବାହାଦୂର ଥାପ୍ପା(୫୨)। ଥାନା ତରଫରୁ ମିଳିଥିବା ସୂଚନା ପ୍ରକାରେ ଦାରିଙ୍ଗବାଡ଼ି ବଜାରର ରାତ୍ରି କାଳ ସୁରକ୍ଷା ପାଇଁ ଦାରିଙ୍ଗବାଡ଼ି ଅଞ୍ଚଳବାସୀଙ୍କ ତରଫରୁ ପ୍ରାୟ ୧୮ରୁ ୨୦ବର୍ଷ ତଳେ ନେପାଳ ଅଞ୍ଚଳର କର୍ଣ ବାହାଦୂର ଥାପ୍ପାଙ୍କୁ ବାହାଦୂର ଭାବେ ନିୟୋଜିତ କରାଯାଇଥିଲା। ସେବେଠାରୁ ସେ ବହୁତ ଭଲ ଭାବେ ବଜାରରେ ସଠିକ ଭାବେ କାମ କରୁଥିଲେ।

ଶନିବାର ସନ୍ଧ୍ୟାରେ ସେ ବାଇକ ଧକ୍କାରେ ଗୁରୁତର ଆହତ ହୋଇ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ଆମ୍ବୁଲାନ୍ସ ଭିତରେ ହିଁ ତାଙ୍କର ମୃତ୍ୟ ଘଟିଥିଲା। ଘଟଣାସ୍ଥଳରେ ଦାରିଙ୍ଗବାଡ଼ି ଥାନା ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ବାହାଦୂରଙ୍କ ମୃତ୍ୟ ପରେ ଦାରିଙ୍ଗବାଡ଼ି ବଣିକ ସଂଘ ତରଫରୁ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଶୋକ ପ୍ରକାଶ କରିଛନ୍ତି ସଂଘ ସଦସ୍ୟ।

Comments are closed.