ବିଶ୍ୱ ଯୁବ ଦକ୍ଷତା ଦିବସ

ଫୁଲବାଣୀ: ସ୍ଥାନୀୟ ଏଜେଓ ହାଇସ୍କୁଲ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ ହୋଇ ଯାଇଛି। କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜ଼ିଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରଧାନ ଶିକ୍ଷକ ଏଜେଓ ହାଇସ୍କୁଲର ଦିଲ୍ଲୀପ କୁମାର ପ୍ରଧାନ, କ୍ରୀଡା ଶିକ୍ଷକ ରାକେଶ ବିଶୋଇ, ହିନ୍ଦୀ ଶିକ୍ଷକ ଯୁଧିଷ୍ଠିର ମହାନ୍ତି ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛା ସେବୀ ଚନ୍ଦ୍ର ମଣି ଦେହୁରୀ, ରୀତିମା ବାଘ, ସିବେନ୍ଦ୍ର ଡିଗାଲ, ସୁଭଦ୍ରା ମଲ୍ଲିକ ପ୍ରମୁଖ ଯୋଗ ଦେଇ ଥିଲେ। ସ୍କୁଲର ଛାତ୍ରଛାତ୍ରୀ ଏବଂ ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛା ସେବୀ ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କର ମଧ୍ୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ମୃତିରେଖା ପାତ୍ର ପ୍ରଥମ, ଗୁଣ୍ଡିଚା ରାଣୀ କହ୍ନର ଦ୍ୱିତୀୟ ଏବଂ ରାକେଶ ସାମଲ ତୃତୀୟ ହୋଇ ଥିଲେ।

Comments are closed.