ସୁସ୍ଥ ହୋଇ ଘରକୁ ଫେରିଲେ ତିନି ଯମଜ ପୁତ୍ର ସନ୍ତାନ, ବିଦାୟ ଓ ଶୁଭେଚ୍ଛା ଦେଲେ ଡ଼ାକ୍ତରଖାନା କର୍ତ୍ତୃପକ୍ଷ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗଆ ବ୍ଲକ ପାହିରାଜୁ ପଞ୍ଚାୟତର ଗ୍ଲାବାସିଂ ଗ୍ରାମର ଜନକ କହଁରଙ୍କ ସ୍ତ୍ରୀ ପ୍ରତିମା କହଁର ଗତ ମାସ ୫ ତାରିଖ ଦିନ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ତିିନି ଯମଜ ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତେବେ ଜନ୍ମ ସମୟରେ ଶିଶୁମାନଙ୍କ ଓଜନ କମ ଥିଲା। ଏଥିସହ ଅନ୍ୟାନ୍ୟ ସମସ୍ୟା ବି ରହିଥିଲା। ଶିଶୁମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ରଖି ସ୍ୱତନ୍ତ୍ର ଭାବେ ଚିକିତ୍ସା କରାଯାଉଥିଲା। ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗ ଡାକ୍ତରମାନଙ୍କ ଉଦ୍ୟମରେ ଦୀର୍ଘ ୩୭ ଦିନର ଚିକିତ୍ସା ପରେ ଏବେ ତିନି ଯମଜ ଶିଶୁୁଙ୍କ ସ୍ୱାସ୍ଥ୍ୟ ଠିକ ହୋଇପାରିଛି। ଆଜି ନିଜ ଯମଜ ପୁତ୍ର ସନ୍ତାନଙ୍କୁ ଧରି ଡାକ୍ତରଖାନରୁ ଡିସଚାର୍ଜ ହୋଇଛନ୍ତି ପ୍ରତିମା। ଆଜି ଡାକ୍ତରଖାନାର ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀମାନେ ପ୍ରତିମା ଓ ଯମଜ ସନ୍ତାନ ମାନଙ୍କୁ ଡାକ୍ତରଖାନରୁ ବିଦାୟ ଦେଇଥିଲେ। ଏ ଅବସରରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ମନୋଜ କୁମାର ଉପାଧ୍ୟାୟ , ଡା.ମନୋରଞ୍ଜନ ରାଉତ, ଡା.ପ୍ରଦୀପ ବେହେରା, ଡିଏମଆରସିଏଚ୍ ଆଶିଷ କୁମାର ମହାନ୍ତିଙ୍କ ସହ ଷ୍ଟାଫ ନର୍ସ ଓ ଅନ୍ୟ କର୍ମଚାରୀ ଜଗନ୍ନାଥ ସାହୁ ଓ ଅନ୍ୟମାନେ ଉପସ୍ଥିତ ରହି ବିଦାୟ ଦେବା ସହିତ ସହ ଶୁଭେଚ୍ଛା ଜଣାଇଥିଲେ। ଜନକ ଓ ପ୍ରତିମା ଡାକ୍ତର ଓ ସମସ୍ତ କର୍ମଚାରୀଙ୍କୁ ସେମାନଙ୍କ ଉଦ୍ୟମ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।

kalyan agarbati

Comments are closed.