www.samajalive.in
Sunday, December 7, 2025
14.1 C
Bhubaneswar

୫ ଜେଲ ଅନ୍ତେବାସୀଙ୍କ ସମେତ ୧୧ କରୋନା ପଜିଟିଭ୍‍

ଫୁଲବାଣୀ: କନ୍ଧମାଳ ଜିଲାରେ ବୁଧବାର ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଘୋଷଣା କରାଯାଇଛିା ସେମାନଙ୍କ ମଧ୍ୟରୁ ୫ ଜଣ ମହିଳା ଓ ୬ ଜଣ ପୁରୁଷ ରହିଛନ୍ତି ଏବଂ ସେମାନଙ୍କ ବୟସ ୭ ବର୍ଷରୁ ୬୦ ବର୍ଷ। ଏମାନଙ୍କ ମଧ୍ୟରେ ଜି.ଉଦୟଗିରି ଜେଲର ୫ ଜଣ ଅନ୍ତେବାସୀ ବନ୍ଦି ଅଛନ୍ତି। ସେହିପରି ପୂର୍ବରୁ ପଜିଟିଭ୍‍ ଚିହ୍ନଟ ହୋଇଥିବା ଜେଲ କର୍ମଚାରୀଙ୍କର ଦୁଇ ଜଣ ସମ୍ପର୍କୀୟ ମଧ୍ୟ ଅଛନ୍ତି। ଅନ୍ୟ ୪ ଜଣ ଚିହ୍ନଟ ବ୍ୟକ୍ତି ଫୁଲବାଣୀ କବରଖାନା ସାହିର। ସେମାନେ ସମସ୍ତେ ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ।

ସମସ୍ତଙ୍କୁ କୋଭିଡ୍‍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏଥି ସହ ଜଣେ ବ୍ୟକ୍ତିଙ୍କର ମଧ୍ୟ କରୋନାରେ ମୃୁତ୍ୟ ହୋଇ ଥିବା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ମୃତ୍ୟୁ ହୋଇଥିବା ସଂକ୍ରମିତ ଜଣକ ହେଉଛନ୍ତି ପିଅନପଡା କବରଖାନା ସାହି ଅଂଚଳର ବୋଲି ଜଣାଯାଇଛି। ତାଙ୍କ ବୟସ ପ୍ରାୟ ୫୦ ବର୍ଷ। ତାଙ୍କ ନିକଟରେ କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କର ସ୍ୱାବ୍‍ ପରୀକ୍ଷା କରାଯାଇଥିଲା ଓ ତାହା ପଜିଟିଭ୍‍ ଆସିଥିଲା। ୨୫ ତାରିଖରେ ତାଙ୍କୁ ଫୁଲବାଣୀ କୋଭିଡ୍‍ ହସ୍ପିଟାଲରେ ଭର୍ତି କରାଯାଇଥିଲା। ତେବେ ତାଙ୍କର ହାର୍ଟ ଓ ଲିଭର ସମସ୍ୟା ସହ ଡାଇବେଟିସ୍‍ ଥିବାରୁ ତାଙ୍କୁ ୨୬ ତାରିଖରେ ଭୁବନେଶ୍ୱର କୋଭିଡ୍‍ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୨୭ ତାରିଖ ରାତିରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି। ପୂର୍ବରୁ କନ୍ଧମାଳ ଜିଲାର ପ୍ରଥମ କରୋନା ମୃତ୍ୟୁଭାବେ ସାରଙ୍ଗଡ଼ ଅଞ୍ଚଳର ଜଣେ ବୟଷ୍କକୁ ଘୋଷଣା କରାଯାଇଥିଲା।

- Advertisement -

ଅନ୍ୟପକ୍ଷରେ ଆଜି ଠାରୁ ଆସନ୍ତା ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲାରେ ଲକ୍‍ଡ଼ାଉନ୍‍ ଘୋଷଣା କରାଯାଇଥିଲେ ମଧ୍ୟ ପୂର୍ବରୁ ଯେଉଁ ସବୁ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରାଯାଇଛି ସେଗୁଡ଼ିକ କଣ୍ଟେନମେଣ୍ଟ ଭାବେ ରହିଛି। ଏଭଳି ସ୍ଥଳେ ଜିଲାର ଫୁଲବାଣୀ ପୌର ପରିଷଦର ୧୨ଟି ୱାର୍ଡ଼ , ବାଲିଗୁଡ଼ା ଏନ୍‍.ଏ.ସି ସମେତ ରାଇକିଆ , ଟିକାବାଲି ଓ ସାରଙ୍ଗଡ଼ ଆଦି ଅଞ୍ଚଳରେ ପୂର୍ବଭଳି ଦୋକାନ ବଜାର ଓ ଯାତାୟତ ସଂପୂର୍ଣ୍ଣଭାବେ ବନ୍ଦ ରହିଛି। ତେବେ ଫୁଲବାଣୀ ସହରରେ ଦିନକୁ ଦିନ ଲୋକାଲ୍‍ କେସ ବୃଦ୍ଦି ପାଉଥିବା ଯୋଗୁଁ ସମଗ୍ର ସହରରେ ସୁରକ୍ଷାକୁ କଡ଼ାକଡ଼ି କରାଯିବା ସହିତ ଫୁଲବାଣୀ ସହରକୁ ସମସ୍ତ ପ୍ରବେଶ ପଥରେ ମଧ୍ୟ ପୁଲିସ୍‍ ପକ୍ଷରୁ ଯାନ ବାହାନ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଅମାନିଆଙ୍କ ପ୍ରତି ମଧ୍ୟ ପ୍ରଶାସନ କୋଠର ହୋଇଛି। ଫୁଲବାଣୀ ସହରର ସମସ୍ତ ସାହି ଓ ଗଳି କନ୍ଦିରେ ବାଡ଼ ପକାଇ ଯାଇ ସମଗ୍ର ସହରକୁ ପୌର ପରିଷଦ ପକ୍ଷରୁ ସିଲ୍‍ କରିଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories