www.samajalive.in
Sunday, December 7, 2025
23.1 C
Bhubaneswar

ପୋଷଣ ମାସ ପାଳନ ଅବସରରେ ହାଇଜିନ୍ କିଟ୍ ବଂଟନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅପହଂଚ ଇଲାକା ଭାବେ ଜଣାଶୁଣା ଫିରିଙ୍ଗିଆ ବ୍ଲକ୍ର ବାଲନ୍ଦାପଡ଼ା,ପାହିରାଜୁ, କୁଏରମାଣ୍ଡୁ, ଲୁଇସିଂ ଓ ପକାରୀ ଗ୍ରାମ ପଂଚାୟତର ୧୦୧ଟି ଗ୍ରାମରେ କିଶୋରୀ ଓ ମାତୃ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ହାଇଜିନ୍ କିଟ୍ ବଂଟନ କରାଯାଇଛି। ବିଶେଷ କରି ଗର୍ଭବତୀ ମା ଓ କିଶୋରୀମାନଙ୍କ ଶରୀରରେ ଦେଖାଦେଉଥିବା ରକ୍ତହୀନତାକୁ କମାଇବା, ଜୀବନ କୌଶଳ ସମ୍ବନ୍ଧୀୟ କିଶୋରୀମାନଙ୍କୁ ଶିକ୍ଷାଦାନ ଦେଇ ମାତୃତ୍ୱ ସମୟର ସ୍ୱାସ୍ଥ୍ୟ ସଚେତନତା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଉତ୍ସାହିତ ପୋଷଣ ସମ୍ବନ୍ଧୀୟ ଜ୍ଞାନ ବଢ଼ାଇବା ଦିଗରେ ନିଜ ଘର ବାରିବଗିଚାରେ ପନିପରିବା,ଫଳ ଚାଷ ସହିତ ସଜନା ଓ ଅମୃତଭଣ୍ଡା ଗଛ ଲଗାଇ ତାର ବ୍ୟବହାର ବହୁଳ ମାତ୍ରାରେ କରିବା ପାଇଁ ପ୍ରବର୍ତ୍ତାଯାଇଛି। ଏହି ପରିପ୍ରେକ୍ଷୀରେ କ୍ରାଏ, କୋଲକାତାଙ୍କ ତରଫରୁ ସ୍ୱାତୀ ଅନୁଷ୍ଠାନଙ୍କ ମାଧ୍ୟମରେ ଉପରୋକ୍ତ ଅଂଚଳ ଗୁଡ଼ିକରେ ବହୁ ପରିବାରକୁ ବାରମ୍ବାର ହାତ ଧୋଇବାର ଅଭ୍ୟାସକୁ ଜାରି ରଖିବା ପାଇଁ  ସାବୁନ୍, ଅଙ୍ଗନୱାଡ଼ି କେନ୍ଦ୍ର ମାନଙ୍କୁ ହେଣ୍ଡ ୱାସ୍ ଓ ସାନିଟାଇଜର (ସାମୁହିକ ବ୍ୟବହାର ନିମନ୍ତେ) ଯୋଗାଇ ଦେଇଛନ୍ତି। ଏହା ନିଶ୍ଚିତ ଭାବେ କିଛି ମାତ୍ରାରେ କୋରୋନା ଭାଇରସ୍ ସଂକ୍ରମଣକୁ ରୋକିବାରେ ସହାୟକ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମକୁ ବିଶ୍ୱରଞ୍ଜନ କର ସଂଯୋଜନା କରିଛନ୍ତି। ତତ୍ସହିତ ଉମେଶ ମିଶ୍ର, ପୁଷ୍ପିତା ସାହୁ, ନିହାରିକା ବେହେରା, ମାଣିକ ବେହେରା, ଚଂଚଳା କହଁର ପ୍ରମୁଖ ସହଯୋଗ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories