www.samajalive.in
Friday, December 12, 2025
16.1 C
Bhubaneswar

ଗୋଛାପଡା ଥାନା ଅଞ୍ଚଳରୁ ଶକ୍ତିଶାଳୀ ଆଇଇଡି ବିସ୍ପୋରକ ଠାବ କଲା ବିଏସଏଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ପୁଣି ସକ୍ରିୟ ହୋଇଛି ଲାଲବାହିନୀ। ନିର୍ବାଚନ ସମୟରେ ମାଓ ସଙ୍ଗଠନର କୌଣସି କାର୍ଯ୍ୟକଳାପ ପରିଲକ୍ଷିତ ହୋଇ ନ ଥିବା ବେଳେ ଏବେ ବଡ ଧରଣର ଅପରେସନ ପାଇଁ ଲାଲବାହିନୀ ଯୋଜନା କରୁଥିବା ଜଣାପଡୁଛି। ତେବେ ଦୁଇ ଦିନ ମଧ୍ୟରେ ଜିଲ୍ଲାର ଦୁଇଟି ସ୍ଥାନରେ ବିଷ୍ଫୋରକ ଜବତ କରି ବଡ ଧରଣର ବିପଦକୁ ଟାଳି ଦିଆ ଯାଇ ପାରିଛି। ମଙ୍ଗଳବାର କୋଟଗଡ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ବାରା ଟିଫିନ ବୋମା ସହିତ ଲ୍ୟାଣ୍ଡ ମାଇନ ଉଦ୍ଧାର କରାଯାଇଥିବା ବେଳେ ଆଜି ପୁଣି ଗୋଚ୍ଛାପଡା ଥାନା ଅଞ୍ଚଳରେ ବିଏସଏଫ ଦ୍ବାରା ଶକ୍ତିଶାଳୀ ଆଇଇଡି ଠାବ କରାଯାଇଛି।
ସୂଚନା ଅନୁଯାୟୀ, ଗୋଛାପଡା ଥାନା ଅଧୀନସ୍ଥ ପାହିରେଜୁ ପଞ୍ଚାୟତ ତିଳକପଙ୍ଗା ଗାଁ ନିକଟ ଜଙ୍ଗଲରୁ ଏକ ଜୀବନ୍ତ ଆଇଇଡି ଜବତ କରି ନିଷ୍କ୍ରିୟ କରିଛନ୍ତି ବିଏସଏଫ ଜବାନ । ବିଏସଏଫ ଦ୍ବାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ, ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଜଙ୍ଗଲ ରେ ଆଇଇଡି ଖଞ୍ଜିଥିବା ନେଇ ବିଏସଏଫର ଗୁଇନ୍ଦା ବିଭାଗ ସୂଚନା ପାଇଥିଲା ।

ସୂଚନା ମିଳିବା ପରେ ପାହିରେଜୁ ଠାରେ ସ୍ଥାପିତ ୯୯ ବିଏସଏଫ ବାହିନୀ ପକ୍ଷରୁ ଅପରେସନ ଆରମ୍ଭ କରାଯାଇଥିଲା। ଅପରେସନରେ ଜାରି ସ୍ଥାନୀୟ ପୁଲିସ ମଧ୍ୟ୍ୟ ସାମିଲ ହୋଇଥିଲେ । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା କର୍ମୀ ଜଙ୍ଗଲ ଭିତରେ ଲୁଚାଇ ରଖା ଯାଇଥିବା ଆଇଇଡି ପାଇଥିଲେ। ପରେ ବୋମା ନିଷ୍କ୍ରିୟ ଦଳ ଘଟଣା ସ୍ଥଳରେ ପହଞ୍ଚି ମାଟି ତଳୁ ଏହି ବିସ୍ପୋରକକୁ ଉଦ୍ଧାର କରି ନିଷ୍କ୍ରିୟ କରିଥିଲେ । ବିଏସଏଫ ଗୁଇନ୍ଦା ବାହିନୀର ସତର୍କତା ଓ ସୂଚନା ପାଇଁ ଏକ ବଡ଼ ଧାରଣର ବିପଦକୁ ଟାଳି ଦିଆ ଯାଇ ପାରିଥିଲା। ଅପରପକ୍ଷରେ, ଏହି ଅଂଚଳରେ ମାଓ ଦମନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକୁଡି କରାଯିବ ବୋଲି ବିଏସଏଫ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ତେବେ ଦୁଇ ଦିନ ମଧ୍ୟରେ ଜିଲ୍ଲାର ଦୂଇଟି ଭିନ୍ନ ଭିନ୍ନ ସ୍ଥାନରେ ବିଷ୍ଫୋରକ ଉଦ୍ଧାର ହେବା ଘଟଣା ମାଓବାଦୀଙ୍କ ସକ୍ରିୟତାକୁ ପ୍ରମାଣିତ କରିବା ସହ ଲାଲବାହିନୀ କୌଣସି ବଡ ଧରଣର କାଣ୍ଡ ଘଟାଇବା ଯୋଜନାରେ ରହିଥିବା ଅନୁମାନ କରାଯାଉଛି। ଏହାକୁ ଲକ୍ଷ୍ୟ କରି ପୁଲିସ ପକ୍ଷରୁ ସତର୍କ ଦୃଷ୍ଟି ରଖାଯିବା ସହ ଅପରେସନ ଜୋରଦାର କରା ଯାଇଥିବା କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories