www.samajalive.in
Friday, December 12, 2025
15.1 C
Bhubaneswar

କାଳବୈଶାଖୀ ତାଣ୍ଡବ ଉଜୁଡିଗଲା ବେଉସା

ହରଭଙ୍ଗା- ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅଂଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘରଦ୍ୱାର ଭାଙ୍ଗିବା ସହିତ ଗଛପଡି ବ୍ୟାପକ କ୍ଷୟକ୍ଷତି ଘଟିଛି ।ସୂଚନା ଅନୁସାରେ ହରଭଙ୍ଗା ପଂଚାୟତ ଅର୍ନ୍ତଗତ ଡିଆଁଘାଟ ଗ୍ରାମରେ କାଳବୈଶାଖୀ ପ୍ରଭାବରେ ଅନେକ ବ୍ୟବସାୟ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି । ଏକ କୁକୁଡା ଫାର୍ମ ଚୁରମାର ହୋଇଥିବା ଜଣାପଡିଛି ।

ପ୍ରକାଶ ଯେ ପଶୁପାଳନ ବିଭାଗ ପକ୍ଷରୁ ଡିପଲିଟର ପଦ୍ଧତିରେ ଦୁଇ ହଜାର କ୍ଷମତା ବିଶିଷ୍ଟ ଏକ କୁକୁଡା ଫାର୍ମ ପାଇଁ ଡିଆଁଘାଟ ଗ୍ରାମର ମା ଗ୍ରାମପତି ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ଯୋଗାଇଦିଆଯାଇଥିଲା । ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ନିର୍ମାଣ ହୋଇଥିବା ୨ହଜାର କ୍ଷମତା ବିଶିଷ୍ଟ ଆଜବେଷ୍ଟସ ଛପର କୁକୁଡା ଫାର୍ମ ଘର ଗତ କାଲି ରାତିରେ ଘଟିଥିବା କାଳବୈଶାଖି ପ୍ରଭାବରେ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି ।ଏହାକୁ ନେଇ ଋଣଗ୍ରସ୍ତ ସ୍ୱୟଂସହାୟକ ମହିଳା ଚିନ୍ତାରେ ଭାଙ୍ଗିପଡିଛନ୍ତି ।ତୁରନ୍ତ ସେମାନଙ୍କୁ ବୀମାରାଶୀ ସହିତ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି । ହରଭଙ୍ଗା ମେଡିକାଲ ସାହି ହରିଜନ ବସ୍ତିରେ ଗଛପଡି ବିଦ୍ୟୁତ୍‌ ତାର ଛିଣ୍ଡିପଡିବା ଯୋଗୁଁ ବିଦ୍ୟୁତ୍‌ ସରବରାହ ବ୍ୟାଘତ ସୃଷ୍ଟି ହୋଇଛି ।ତୁରନ୍ତ ରାଜସ୍ୱ ବିଭାଗ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଦାବି ହେଉଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories