www.samajalive.in
Monday, December 15, 2025
16.1 C
Bhubaneswar

କାଳବୈଶାଖୀ ତାଣ୍ଡବ ଉଜୁଡିଗଲା ବେଉସା

ହରଭଙ୍ଗା- ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅଂଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘରଦ୍ୱାର ଭାଙ୍ଗିବା ସହିତ ଗଛପଡି ବ୍ୟାପକ କ୍ଷୟକ୍ଷତି ଘଟିଛି ।ସୂଚନା ଅନୁସାରେ ହରଭଙ୍ଗା ପଂଚାୟତ ଅର୍ନ୍ତଗତ ଡିଆଁଘାଟ ଗ୍ରାମରେ କାଳବୈଶାଖୀ ପ୍ରଭାବରେ ଅନେକ ବ୍ୟବସାୟ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି । ଏକ କୁକୁଡା ଫାର୍ମ ଚୁରମାର ହୋଇଥିବା ଜଣାପଡିଛି ।

ପ୍ରକାଶ ଯେ ପଶୁପାଳନ ବିଭାଗ ପକ୍ଷରୁ ଡିପଲିଟର ପଦ୍ଧତିରେ ଦୁଇ ହଜାର କ୍ଷମତା ବିଶିଷ୍ଟ ଏକ କୁକୁଡା ଫାର୍ମ ପାଇଁ ଡିଆଁଘାଟ ଗ୍ରାମର ମା ଗ୍ରାମପତି ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ଯୋଗାଇଦିଆଯାଇଥିଲା । ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ନିର୍ମାଣ ହୋଇଥିବା ୨ହଜାର କ୍ଷମତା ବିଶିଷ୍ଟ ଆଜବେଷ୍ଟସ ଛପର କୁକୁଡା ଫାର୍ମ ଘର ଗତ କାଲି ରାତିରେ ଘଟିଥିବା କାଳବୈଶାଖି ପ୍ରଭାବରେ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି ।ଏହାକୁ ନେଇ ଋଣଗ୍ରସ୍ତ ସ୍ୱୟଂସହାୟକ ମହିଳା ଚିନ୍ତାରେ ଭାଙ୍ଗିପଡିଛନ୍ତି ।ତୁରନ୍ତ ସେମାନଙ୍କୁ ବୀମାରାଶୀ ସହିତ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି । ହରଭଙ୍ଗା ମେଡିକାଲ ସାହି ହରିଜନ ବସ୍ତିରେ ଗଛପଡି ବିଦ୍ୟୁତ୍‌ ତାର ଛିଣ୍ଡିପଡିବା ଯୋଗୁଁ ବିଦ୍ୟୁତ୍‌ ସରବରାହ ବ୍ୟାଘତ ସୃଷ୍ଟି ହୋଇଛି ।ତୁରନ୍ତ ରାଜସ୍ୱ ବିଭାଗ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଦାବି ହେଉଛି ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories