www.samajalive.in
Sunday, December 14, 2025
23.1 C
Bhubaneswar

ସଞ୍ଜ ନଇଁଲେ ରାସ୍ତା ଉପରେ ଗାଈଗୋରୁ; ପ୍ରଶାସନର ନାହିଁ ନଜର

ଫୁଲବାଣୀ: ଖଜୁରୀପଡା ବ୍ଲକ ମୁଖ୍ୟାଳୟ ରାଜରାସ୍ତାରେ ଗାଈଗୋରୁଙ୍କ ରାଜୁତି ଦେଖିବାକୁ ମିଳୁଛି । ସଂଧ୍ୟା ସମୟରୁ ରାତିସାରା ଗାଈଗୋରୁଙ୍କ କବଜାରେ ଏହି ରାସ୍ତା ରହୁଥିବା ବେଳେ ଏଥିପାଇଁ ଯାନବାହାନ ଚଳାଚଳରେ ବ୍ୟାଘାତ ହେବାସହ ଅନେକ ସମୟରେ ଗାଈଗୋରୁ ସମେତ ଛୋଟମୋଟ ଯାନବାହାନ ଦୁର୍ଘଟଣା ମଧ୍ୟ ଘଟୁଛି। ବେଳେ ବେଳେ ଗାଡିମଟର ଧକ୍କାରେ ଗାଈଗୋରୁ ଆହତ ହେଉଥିବା ମଧ୍ୟ ନଜିର ରହିଛି । ବର୍ତ୍ତମାନ ସହର ବାହାର ଗ୍ରାମଗୁଡ଼ିକ ଚାଷବାସରେ ପରିପୂର୍ଣ୍ଣ ହୋଇଥିବା ବେଳେ ବୁଲା ଗାଈଗୋରୁ ଚାଷବିଲରେ ପଶି ଫସଲ ନଷ୍ଟ କରୁଥିବା ନେଇ ଡିମିରିଖୋଲ ଇର୍ପିଗୁଡା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଏହାକୁ ନେଇ କୌଣସି ସମୟରେ ଗଣ୍ଡଗୋଳର ସୂତ୍ରପାତ ହେବା ମଧ୍ୟ ଅସମ୍ଭବ ନୁହଁ ବୋଲି ଚାଷୀମାନେ ପ୍ରକାଶ କରୁଛନ୍ତି । ରାଜରାସ୍ତାରେ ସଞ୍ଜ ନଇଁଲେ ଗୋରୁଗାଈଙ୍କ କବଜାରେ ସହର ରହୁଥିବା ବେଳେ ପ୍ରସାଶନିକ ଅଧିକାରୀ କର୍ମଚାରୀ ସବୁ ଦେଖି ନଦେଖିବା ନ୍ୟାୟରେ ଗାଡିମଟର ବୁଲାଇ ଚାଲି ଯାଉଛନ୍ତି ସହର ସମେତ ଆଖପାଖରେ ଗୋରୁଗାଈଙ୍କ ମାଲିକ ମାନଙ୍କୁ କୌଣସି ନୋଟିସ କିମ୍ବା ପ୍ରଚାର ପ୍ରସାର ମାଧ୍ୟମରେ ତାଗିଦ୍ ହେଉନଥିବାରୁ ଗାଈଗୋରୁ ମାଲିକ ମାନେ ମଧ୍ୟ ଖୁଲମଖୁଲା ଗାଈଗୋରୁ ଛାଡୁଥିବା ଦେଖିବାକୁ ମିଳୁଛି । ତେଣୁ ବୁଲା ଗାଈଗୋରୁଙ୍କୁ ଆକଟ ପାଇଁ ତୁରନ୍ତ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ମାନେ ତୁରନ୍ତ ପଦକ୍ଷେପ ନେବାପାଇଁ ଜନସାଧାରଣଙ୍କ ମଧ୍ୟରେ ମତପ୍ରକାଶ ପାଉଛି ।

- Advertisement -

 

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories