www.samajalive.in
Sunday, December 14, 2025
23.1 C
Bhubaneswar

ବଦଳି ନିର୍ଦ୍ଦେଶକୁ ୧୧ଦିନ; ହରଭଙ୍ଗାରେ ନୂଆ ବି.ଡି.ଓ କେବେ ?

ହରଭଙ୍ଗା: ଗତ ଅଗଷ୍ଟ ୧୨ତାରିଖ ହରଭଙ୍ଗା ବ୍ଲକର ବି.ଡି.ଓ ସ୍ମିତା ରଥଙ୍କୁ ସ୍ୱତନ୍ତ୍ର ପ୍ରମାଣପତ୍ର ଅଧିକାରୀ(ସ୍ପେଶିଆଲ ସାର୍ଟିଫିକେଟ ଅଫିସର) ଭାବେ ଭୁବନେଶ୍ୱର ଉପ ଜିଲ୍ଲାପାଳ କାର୍ଯ୍ୟାଳୟକୁ ବଦଳି କରାଯାଇଛି । ୟା ଭିତରେ ବି.ଡି.ଓଙ୍କ ବଦଳି ନିର୍ଦ୍ଦେଶକୁ ୧୧ଦିନ ପୂରିସାରିଲାଣି । ମାତ୍ର ବି.ଡି.ଓଙ୍କୁ ରିଲିଫ କରାଯାଉନଥିବାରୁ ହରଭଙ୍ଗାର ନୂତନ ବି.ଡି.ଓ ଭାବେ ଦାୟିତ୍ୱ ମିଳିଥିବା କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକର ବି.ଡି.ଓ ରବୀନ୍ଦ୍ରନାଥ କହଁରଙ୍କ ଯୋଗଦାନରେ ବିଳମ୍ବ ଘଟୁଛି । ପୁରୁଣା ବି.ଡି.ଓଙ୍କ କାର୍ଯ୍ୟକାଳ ଶେଷହୋଇ ଆସୁଥିବାରୁ ଦୁର୍ନୀତି ଅନିୟମିତତା ବୃଦ୍ଧି ପାଇବାରେ ଲାଗିଛି । ଏହାର ଫାଇଦା ଦୁର୍ନୀତିଗ୍ରସ୍ତ କର୍ମଚାରୀ ଉଠାଇବାରେ ସମର୍ଥ ହେଉଛନ୍ତି ।

ପ୍ରକାଶ ଥାଉ କି ଗତ ୧ ନଭେମ୍ବରରେ ଶ୍ରୀମତି ରଥ ହରଭଙ୍ଗା ବି.ଡି.ଓ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପୂର୍ବରୁ ଧର୍ମଶାଳା ବି.ଡି.ଓ ଭାବେ କାର୍ଯ୍ୟରତଥିବା ସ୍ମିତା ରଥ ପି.ଡି.ଏସ ଦୁର୍ନୀତିରେ ଛନ୍ଦି ହୋଇ ବୌଦ୍ଧକୁ ପନିସମେଂଟ ଟ୍ରାନସଫରରେ ଡେପୁଟି କଲେକ୍ଟର ଭାବେ ଆସିଥିଲେ । ସେଠାରେ କିଛିଦିନ ରହିବା ପରେ ହରଭଙ୍ଗା ବି.ଡି.ଓ ଦାୟିତ୍ୱ ଗ୍ରହଣ ପରେ ବି  କିରିତକର୍ମା ବି.ଡି.ଓଙ୍କ କାର୍ଯ୍ୟ ଶୈଳୀରେ ସୁଧାର ଆସିନଥିଲା । ସହକର୍ମୀମାନଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ଜିଲ୍ଲାପାଳଙ୍କ ପାଖରେ ହୋଇଥିଲା । ଏହା ସହିତ ନିଜ ଏୟାରମାର୍କ କ୍ୱାର୍ଟରରେ ନରହି ଦୀର୍ଘ ୫ମାସ ହେଲା ୩୫କିଲୋମିଟର ଦୂର ବୌଦ୍ଧରୁ ସରକାରୀ ଗାଡିରେ ୪ଥର ଦୈନିକ ୧୪୦ କିଲୋମିଟର ଯିବାଆସିବା କରି ସରକାରୀ ଅର୍ଥର ବ୍ୟାପକ ଅପଚୟ ଘଟଣା ସମାଜ  ଜନସାଧାରଣଙ୍କ ସାମନାକୁ ଆଣିଥିଲା । ଖବର ପ୍ରସାରଣ ପରେ ବି.ଡି.ଓ ସରକାରୀ କ୍ୱାର୍ଟରକୁ ଫେରିଥିଲେ ।

- Advertisement -

ମାତ୍ର ଦୀର୍ଘ ୫ମାସ ଧରି ସରକାରୀ ଗାଡିର ଅପବ୍ୟବହାର କରି ଦୈନିକ ୧୪ଶହ ଟଙ୍କା ଖର୍ଚ୍ଚ ହିସାବରେ ମାସିକ ୪୨ହଜାର ଟଙ୍କା ହିସାବରେ ୫ମାସର ୨ଲକ୍ଷ ୧୦ହଜାର ଟଙ୍କାର ସରକାରୀ ଅର୍ଥ ଭରଣା ହୋଇପାରିନାହିଁ । ଏହି ଅର୍ଥ  ବି.ଡି.ଓଙ୍କ ଦରମାରୁ ଭରଣା ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ଉଠୁଛି । ନିକଟରେ ହୋଇଥିବା ପଞ୍ଚାୟତ ପି.ଇ.ଓଙ୍କ ବଦଳି ଅନିୟମିତତା ମଧ୍ୟ ସାମନାକୁ ଆସିଥିଲା । ତାହା ସହିତ ବକେୟା ପୁରୁଣା ବନ୍ୟା ବିଲ ପଇଠ ସାଙ୍ଗକୁ ନଳକୂପ ଯନ୍ତ୍ରାଂଶ କିଣାରେ ହୋଇଥିବା ଅନିୟମିତତା ବି.ଡି.ଓଙ୍କ ସମୟରେ ହୋଇଥିବା ଆଲୋଚନା ହେଉଛି । ଏସବୁ କାରଣରୁ ବି.ଡି.ଓଙ୍କୁ ତୁରନ୍ତ ରିଲିଫ ପାଇଁ ଦାବି ହେଉଛି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories