www.samajalive.in
Friday, December 12, 2025
14.1 C
Bhubaneswar

କିଶୋରୀ ବାଳିକା ଜୀବନ କୌଶଳ ଶିକ୍ଷା ତାଲିମ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲା ବନ୍ଧଗଡ ସ୍ଥିତ ସ୍ୱାତୀ ସମ୍ବଳ କେନ୍ଦ୍ର ଠାରେ ‘କିଶୋରୀ ବାଳିକା ଜୀବନ କୌଶଳ ଶିକ୍ଷା‘ ଶିର୍ଷକ ଏକ ଦୁଇଦିନିଆ ତାଲିମ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଫିରଙ୍ଗିଆ ବ୍ଲକର ଅପହଞ୍ଚ ପାହିରାଜୁ, କୁଏରମାଣ୍ଡୁ, ବାଲନ୍ଦାପଡା, ଲୁଇସିଂ ଓ ପକାରି ଆଦି ପଚଂୟାତର ୨୫ରୁ ଅଧିକ କିଶୋରୀ ବାଳିକା ଯୋଗଦେଇଥିବା ବେଳେ ତାଲିମ୍‌ ଦାତା ଭାବେ ବିଶ୍ୱରଞ୍ଜନ କର ଉପସ୍ଥିତ ରହି ବିଭିନ୍ନ ଜୀବନ କୌଶଳ ଶିକ୍ଷା ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମରେ ପିଲାମାନେ କିପରି ନିଜର ପରିଚୟକୁ ସମାଜ ଆଗରେ ପ୍ରତିଷ୍ଠିତ କରିବାକୁ ବିଭିନ୍ନ ପଦକ୍ଷେପ ନେଇ ପାରିବେ  ସେ ଉପରେ ଆଲୋକପାତ କରାଯାଇଥିଲା । ବିଶେଷ କରି ଆତ୍ମବିଶ୍ୱାସକୁ ବଜାଇ ରଖି କୃତକାର୍ଯ୍ୟ ହୋଇପାରିବେ, ଆବେଗକୁ ଚିହ୍ନି ବ୍ୟବହାର କରିବା ସହ ପରିବର୍ତନ ଆଣିପାରିବେ ଓ ମୌଳିକ ଯୋଗାଯୋଗ ମାଧ୍ୟମରେ ବିଭିନ୍ନ ଦିଗଗୁଡିକୁ ସୁଚାଇପାରିବେ । ଏହି ସବୁ ଦିଗରେ ବିଭିନ୍ନ କୌଶଳ ଅବଲମ୍ବନ କରି ପିଲାମାନଙ୍କୁ ହସି ଖେଳି ବୁଝାଇଥିଲେ ।

- Advertisement -

ଏହି କାର୍ଯ୍ୟକ୍ରମରେ ବିଶେଷ କରି କିଶୋର ଅବସ୍ଥାରୁ ନିଜେ ନିଜକୁ ସଚେତନତା କରିବାରେ ସକ୍ଷମ ହୋଇ, ନିଜର ଜୀବନ ଶୈଳୀରେ ପରିବର୍ତନ କରିବା ସହ ନିଜର ସାଙ୍ଗସାଥୀଙ୍କୁ ଗ୍ରାମ ସ୍ଥରରେ ସଚେତନ କରିବାରେ ସହଯୋଗ କରିପାରିବେ ସେ ଉପରେ ଗୁରୁତ୍ୱାରୋପ ଦିଆଯାଇଥିଲା । କ୍ରାଏ, କୋଲକତା ସହାୟତାରେ ଅନୁଷ୍ଠିତ ଏହି ତାଲିମ୍‌ ଶିବିରରେ ତାଲିମ ପରିଚାଳନାରେ ସୌରଭ ପଣ୍ଡା, ଆଲୋକ ସାମନ୍ତରାୟ, ମାଣିକ ବେହେରା, ପ୍ରଭାସିନୀ ଦଳବେହେରା, ଅନୁପମା କହଁର ଓ ଅନନ୍ତ ଚରଣ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories