www.samajalive.in
Sunday, December 14, 2025
26.1 C
Bhubaneswar

ନବ ଗଠିତ ଜିଲା ପ୍ରାଥମିକ ଶିକ୍ଷକ ସଂଘ(ଏନ୍‌ପିଏସ୍‌) ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ

ଫୁଲବାଣୀ: କନ୍ଧମାଳ ଜିଲାରେ ନୂତନ ଭାବେ ଗଠିତ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର (ଏନ୍‌ପିଏସ୍‌) ତରଫରୁ ଜିଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କୁ ସାକ୍ଷାତ କରାଯାଇଛି । ଆଗାମୀ ଦିନରେ ହେବାକୁ ଥିବା ଗ୍ରେଡ଼େସନ୍, କାଉନସେଲିଂ ଏବଂ ପ୍ଳେସ ଅଫ୍‌ ପୋଷ୍ଟିଙ୍ଗ୍‌ ଉପରେ ଆଲୋଚନା କରାଯାଇ ନିଜ ବ୍ଲକ ବା ଯଥା ସଂଭବ ନିଜ ପାଖାପାଖି ବ୍ଲକରେ ନିଯୁକ୍ତି ଦିଆଯାଉ  ବୋଲି ଅନୁରୋଧ କରାଯାଇଛି । ତାହାସହ ଅନ୍ୟାନ୍ୟ ଦାବି ଗୁଡ଼ିକୁ ମଧ୍ୟ ସଂଘ ତରଫରୁ ଅନୁରୋଧ କରାଯାଇଥିଲା । ଜିଲା ଶିକ୍ଷା ଅଧିକାରୀ ସକରାତ୍ମକ ଭାବେ ଗ୍ରହଣ କରିବା ସହିତ ଆଗାମୀ ଦିନରେ ଏ ଦିଗରେ ଦୃଷ୍ଟି ଦିଆଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ସାକ୍ଷାତ ଆଲୋଚନା କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଶ୍ରୀ କୁମାର ପରାସେଠ, କାର୍ଯ୍ୟକାରୀ ସଭାପତି ସରୋଜ କୁମାର ସେଠୀ, ସଂପାଦକ ଶାନ୍ତନୁ କୁମାର ପ୍ରଧାନ, ସହ ସଂପାଦକ ଉତ୍କଳ କେଶରୀ ବିବାର, କୋଷାଧ୍ୟକ୍ଷ ସନାତନ ପରିଚ୍ଛା, ସଂଗଠନ ସମ୍ପାଦକ ରାଜେଶ କୁମାର ନାୟକ, ଫୁଲବାଣୀ ବ୍ଲକ ସଂପାଦକ ଅରୁଣ କୁମାର ପାତ୍ର, ଫୁଲବାଣୀ ବ୍ଲକ ମିଳିତ ମଞ୍ଚ ସଭାପତି ସୁକାନ୍ତ କୁମାର ବେହେରା ଓ ଫିରିଙ୍ଗିଆ ବ୍ଲକ ସଭାପତି ଅଜିତ କୁମାର ବେହେରା ଆଦି ଅଂଶ ଗ୍ରହଣ କରିଥିଲେ ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories