www.samajalive.in
Sunday, December 7, 2025
26.1 C
Bhubaneswar

ଫୋନ୍ ପେ’ର ନୂଆ ଫିଚର; ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ନ କଟି ହୋଇଯିବ ପେମେଣ୍ଟ

ସମାଜ ଡିଜିଟାଲ ଡେସ୍କ: ଫୋନ୍ ପେ’ ପକ୍ଷରୁ ଆପ୍‌ରେ ଅନେକ ପରିବର୍ତ୍ତନ କରାଯାଇଛି। ଏଥିରେ ନୂଆ ଫିଚର ମଧ୍ୟ ସାମିଲ କରାଯାଇଛି। ବ୍ୟବହାରକାରୀ ଏଥିରେ ଏବେ ପ୍ରି-ଆପ୍ରୁଭ୍‌ଡ କ୍ରେଡିଟ୍ ଲାଇନକୁ ୟୁପିଆଇ ସହ ଲିଙ୍କ୍ କରିପାରିବେ। ଏହାଦ୍ଵାରା ୟୁଜରଙ୍କ କ୍ରୟ ଶକ୍ତି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଯଦି ଆପଣଙ୍କ ପାଖରେ ମଧ୍ୟ ବ୍ୟାଙ୍କର ପ୍ରି-ଆପ୍ରୁଭ୍‌ଡ କ୍ରେଡିଟ୍ ଲାଇନ ଅଛି, ତେବେ ଏହାକୁ ବ୍ୟାଙ୍କ ସହିତ ଲିଙ୍କ୍ କରିପାରିବେ। ଏହାପରେ ଆପଣ ଏହାର ବ୍ୟବହାର ୟୁପିଆଇ ଆକାଉଣ୍ଟ୍ ସାହାଯ୍ୟରେ କରିପାରିବେ।

ଫୋନ୍ ପେ’ର ଏହି ଫିଚର ସେହି ଲୋକମାନଙ୍କୁ ଅଧିକ ପସନ୍ଦ ଆସିବ, ଯାହାର କ୍ରେଡିଟ୍ ଲାଇନ୍ ଅଛି। ଏହାପରେ ଆପଣ କେବଳ କ୍ରେଡିଟ୍ ଲାଇନ୍ ସାହାଯ୍ୟରେ ପେମେଣ୍ଟ୍ କରିପାରିବେ। ଅର୍ଥାତ୍ ଏହା ଆପଣଙ୍କ ପାଇଁ ଏକ ପ୍ରକାର ଡେବିଟ୍ କାର୍ଡ ପରି କାମ କରିବ। ଏହାର ସାହାଯ୍ୟରେ ଆପଣ ସହଜରେ ପେମେଣ୍ଟ କରିପାରିବେ ଏବଂ ସଞ୍ଚୟ ଟଙ୍କା ବ୍ୟବହାର ନକରି ଏହା କରିପାରିବ।

- Advertisement -

ଏହା କିଭଳି ସହାୟକ ହେବ ?

ସରଳ ଶବ୍ଦରେ କହିବାକୁ ଗଲେ, ଏହା ଏଭଳି ଏକ ଫିଚର, ଯାହା ଦୈନିକ କ୍ରୟ ପାଇଁ ଆପଣଙ୍କୁ କ୍ରେଡିଟ୍ ଆକ୍ସେସ୍ ଦେଇଥାଏ। ଅର୍ଥାତ୍ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ନ କଟି ସିଧାସଳଖ ପେମେଣ୍ଟ ହୋଇପାରିବ। କହିବାକୁ ଗଲେ କ୍ରେଡିଟ୍ କାର୍ଡ ବ୍ୟବହାରରେ ଯେଭଳି ପେମେଣ୍ଟ କରାଯାଏ, ସେହିଭଳି ପେମେଣ୍ଟ୍ କରିପାରିବେ। ନୂଆ ଫିଚର ଆପଣଙ୍କୁ ପେମେଣ୍ଟ କରିବାକୁ ଅନୁମତି ଦେଉଛି ଏବଂ ଏଥିରେ ସମସ୍ତେ ସାମିଲ ହୋଇପାରିବେ। ଏବେ ଫୋନ୍ ପେ’ ଏହି ଫିଚର ଆରମ୍ଭ କରିଛି, ତେଣୁ ଅନ୍ୟ ଆପ୍‌ଗୁଡ଼ିକ ପକ୍ଷରୁ ମଧ୍ୟ ଏହି ଫିଚର ଆରମ୍ଭ ହୋଇପାରେ।

କିପରି ଆରମ୍ଭ କରିବେ ?

– ସର୍ବପ୍ରଥମେ ଆପଣ ଫୋନ୍‌ ପେ’ ଆପ୍‌ ଖୋଲି ପ୍ରୋଫାଇଲ ​ବିଭାଗକୁ ଯିବାକୁ ପଡ଼ିବ।

– ଏଠାରେ ଆପଣଙ୍କୁ ବ୍ୟାଙ୍କ୍‌ ଚୟନ କରିବାକୁ ପଡ଼ିବ, ଯେଉଁଥିରେ ଆପଣଙ୍କୁ କ୍ରେଡିଟ୍ ଲାଇନ୍ ଦିଆଯାଇଛି।

– UPI PIN ସେଟ୍‌ କରିବା ପରେ କ୍ରେଡିଟ୍‌ ଲାଇନ୍ ଚୟନ କରିପାରିବେ।

– ଥରେ କ୍ରେଡିଟ୍ ଲାଇନ୍ ସେଟିଂ ହୋଇଗଲେ, ଆପଣଙ୍କୁ ସେଟିଂଗ୍ସରେ ପେମେଣ୍ଟ ବ୍ୟାଙ୍କ ଅପ୍ସନରେ ନୂତନ ବ୍ୟାଙ୍କ ଦେଖିବାକୁ ମିଳିବ।

– ଫୋନ୍‌ ପେ’ ପକ୍ଷରୁ ଏନେଇ କୁହାଯାଇଛି ଯେ, ଏହି ଫିଚର୍‌ ଲୋକଙ୍କୁ ବେଶ୍‌ ପସନ୍ଦ ଆସିବ। କ୍ରେଡିଟ୍ ବ୍ୟବସାୟ ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଏହାକୁ ଧ୍ୟାନରେ ରଖି ଆମେ ଏହାର ଆରମ୍ଭ କରିଛୁ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories