ସାବଧାନ! ଉଠାନ୍ତୁ ନାହିଁ +୫ ଏବଂ +୪ରୁ ଆରମ୍ଭ ହେଉଥିବା ନମ୍ବରର କଲ୍‍, କଟିଯାଉଛି ବାଲାନ୍ସ

0

ତିରୁଅନନ୍ତପୁରମ : କେରଳ ପୁଲିସ୍‍ +୫ ଏବଂ +୪ ଆରମ୍ଭ ହେଉଥିବା ନମ୍ବରର କଲ୍‍ ନଉଠାଇବା ପାଇଁ ଏକ ମାର୍ଗଦର୍ଶୀକା ଜାରି କରିଛି। +୫ ଏବଂ +୪ରେ ଆରମ୍ଭ ହେଉଥିବା ନମ୍ବରର କଲ୍‍ ଉଠାଇଲେ ମୋବାଇଲରୁ ବାଲାନ୍ସ କଟି ଯାଉଥିବା ନେଇ ଗତ କିଛି ଦିନ ଧରି କେରଳ ପୁଲିସ୍‍ ନିକଟରେ ଅଭିଯୋଗ ହୋଇଆସୁଥିଲା। ରବିବାର ସନ୍ଧ୍ୟାରେ ପୁଲିସ୍‍ ଏନେଇ ମାର୍ଗଦର୍ଶୀକା ଜାରି କରିଛି। ଏହି ନମ୍ବରରୁ ଆରମ୍ଭ ହେଉଥିବା କଲ୍‍ ନଉଠାଇବା ପାଇଁ ପୁଲିସ୍‍ ପରାମର୍ଶ ଦେଇଛି। ଏହି ନମ୍ବରର କଲ ବୋଲଭିଆରୁ ଆସୁଥିବା ଅନୁମାନ କରାଯାଉଛି। କାରଣ ବୋଲଭିଆର ଆଇଏସ୍‍ କୋଡ଼ +୫୯୧ ଅଟେ। ପୁଲିସ୍‍ର ବୈଷୟିକ ଶାଖା ଏହାର ଖୋଳତାଡ଼ ଆରମ୍ଭ କରିଛି। କାହିଁକି ଫୋନ୍‍ରୁ ବାଲାନ୍ସ କଟିଯାଉଛି ତାର କାରଣ ଜଣାପଡିନାହିଁ। ପୁଲିସ୍‍ ବାଲାନ୍ସ କଟିବାର କାରଣ ଖୋଜୁଛି। କେଉଁ ଦେଶରୁ ଏହି ଫୋନ୍‍ କଲ ଆସୁଛି ତାହା ବି ସ୍ପଷ୍ଟ ଜଣାପଡୁନାହିଁ। ପ୍ରକାଶଯୋଗ୍ୟ ଯେ ପୁଲିସ୍‍ ନିକଟରେ କେତେକ ଲୋକ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ନମ୍ବରକୁ +୫ କିମ୍ବା +୪ରୁ ଆରମ୍ଭ ହେଉଥିବା ନମ୍ବରରୁ ମିସ୍‍ କଲ ଆସିଥିଲା। ସେମାନେ ସେଠାକୁ କଲ ବ୍ୟାକ୍‍ କରିବା ମାତ୍ରେ ସେମାନଙ୍କର ବହୁ ବାଲାନ୍ସ କଟିଗଲା। ପୁଲିସ୍‍ ଏହି ମାମଲାର ତଦନ୍ତ ଶେଷ ନକରିବା ପର୍ଯ୍ୟନ୍ତ +୫ ଏବଂ +୪ରୁ ଆରମ୍ଭ ହେଉଥିବା ନମ୍ବରର କଲ ଉଠାନ୍ତୁ ନାହିଁ କିମ୍ବା ସେଠାକୁ କଲ୍‍ ବ୍ୟାକ କରନ୍ତୁ ନାହିଁ ବୋଲି ମାର୍ଗଦର୍ଶୀକାରେ ଉଲ୍ଲେଖ କରାଯାଇଛି।

Leave A Reply