www.samajalive.in
Saturday, December 6, 2025
14.1 C
Bhubaneswar

ଲକ୍‌ଡାଉନ ନିୟମ ଉଲ୍ଲଂଘନ କଲେ ଗୁଳି ନିର୍ଦେଶ

ମାନିଲା: କରୋନାଠାରୁ ବର୍ତ୍ତିବା ଲାଗି ଏକମାତ୍ର ବିକଳ୍ପ ସଚେତନତା। ଘରେ ରହିବା ସହିତ ସାମାଜିକ ଦୂରତ୍ଵ ରକ୍ଷା କଲେ କରୋନାଠାରୁ ବିଜୟ ମିଳିପାରିବ। କିନ୍ତୁ ଲୋକେ ସଚେତନ ହେଉନାହାନ୍ତି। କେବଳ ଭାରତରେ ନୁହେଁ, ଅନ୍ୟ ଦେଶରେ ବି ସମାନ ସ୍ଥିତି। ତେଣୁ ଲକ୍‌ଡାଉନକୁ କଡ଼ାକଡ଼ି ଭା​‌ବେ ପାଳନ କରିବା ସହିତ ଏହାକୁ ଉଲ୍ଲଂଘନ କଲେ ଗୁଳି କରିବାକୁ ନିର୍ଦେଶ ଦେଇଛନ୍ତି ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁଟର୍ଟେ। ସେ ତାଙ୍କ ସରକାର, ପୁଲିସ ଏବଂ ପ୍ରଶାସନକୁ କହିଛନ୍ତି ଯେ, ଯିଏ କରୋନା ଭୂତାଣୁ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ ନିୟମ ପାଳନ କରୁନାହାନ୍ତି, କୌଣସି ସମସ୍ୟା ସୃଷ୍ଟି କରୁଛନ୍ତି, ସେମାନଙ୍କୁ ତୁରନ୍ତ ଗୁଳି କରିଦିଅ। ସେ ଦେଶବାସୀଙ୍କୁ କହିଛନ୍ତି, ବର୍ତ୍ତମାନ ସମୟରେ ସରକାରଙ୍କ ଆଦେଶକୁ ପାଳନ କର। କୌଣସି ସ୍ବାସ୍ଥ୍ୟକର୍ମୀ, ଡାକ୍ତରଙ୍କୁ କ୍ଷତି ପହଞ୍ଚାଅ ନାହିଁ। ଏଭଳି କଲେ ତାହା ଗମ୍ଭୀର ଅପରାଧ ହେବ। ଏଥିପାଇଁ ମୁଁ ପୁଲିସ ଏବଂ ସୁରକ୍ଷା କର୍ମୀଙ୍କୁ ଆଦେଶ ଦେଉଛି ଯେ ଯେଉମା​‌ନେ ଲକ୍‌ଡାଉନରେ ସମସ୍ୟା ସୃଷ୍ଟି କରିବେ ତାଙ୍କୁ ତୁରନ୍ତ ଗୁଳି କରିଦିଅ। ତେବେ ରୋଡ୍ରିଗୋ  ଏଭଳି ବିବାଦୀୟ ଆଦେଶ ଦେବା ପ୍ରଥମ ଘଟଣା ନୁହେଁ। ୨୦୧୬-୧୭ରେ ବି ସେ ଡ୍ରଗ୍ସ ବ୍ୟବସାୟୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ସିଧା ଗୁଳି କରିଦେବାକୁ ପୁଲିସକୁ ନିର୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ଫିଲିପାଇନ୍ସରେ ବର୍ତ୍ତମାନ ୨୩୧୧ରୁ ଅଧିକ ଲୋକ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବାବେଳେ ୯୬ ଜଣ ପ୍ରାଣ ହରାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories