ରାଉରକେଲା: ‘ମଣିଷ ଜୀବନ କ’ଣ ମୋ ପାଇଁ ଅଲୋଡ଼ା ମୁଁ କ’ଣ ଜୀଇଁବିନି’…ଯାହାକୁ ଦେଖିଲେ ମନରେ ଏଭଳି କିଛି ପ୍ରଶ୍ନରେ ଗୁମୁରି ହେଉଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକା ସ୍ମାର୍ଟସିଟିର ନାକ ତଳେ ଗଢ଼ି ଉଠିଥିବା ଏକ ବସ୍ତିରେ ଦୟନୀୟ ଜୀବନ ବିତାଉଛନ୍ତି ଦିବ୍ୟାଙ୍ଗ ମନୋଜ ସିଂ। ବୟସ ୨୫ା ଦୁଇ ଗୋଡ଼, ଦୁଇ ହାତ ଅଚଳା ପକ୍ଷାଘାତରେ ଆକ୍ରାନ୍ତ ମନୋଜଙ୍କ ଦିନ ବିତୁଛି ହୁଇଲ ଚେୟାରରୋ ମୁଣ୍ଡ ଗୁଞ୍ଜିବାକୁ ଘର ଅଭାବା ଶୌଚାଳୟରେ ବିତୁଛି ଜୀବନା ଗଣ୍ଡେ ଦାନା, ଖଣ୍ଡେ କନା ମନୋଜଙ୍କ ପାଇଁ ସାତସପନା ପର ଦୟାରେ ପେଟ ପୁରୁଛିା ଏପଟେ ଶରୀର ଯନ୍ତ୍ରଣା, ସେପେଟ ପ୍ରଶାସନିକ ଅବିଚାର ମଧ୍ୟରେ ଘାଣ୍ଟି ହେଉଥିବା ମନୋଜଙ୍କ ସହ ଏହି କିଛିଦିନ ହେଲା ସାଥି ହୋଇଛନ୍ତି ଜଣେ ବୟୋବୃଦ୍ଧ ଦିବ୍ୟାଙ୍ଗ। ରାଉରକେଲା ସେକ୍ଟର-୭ ମୁଣ୍ଡାରୀ ବସ୍ତିର ଏହି ଦିବ୍ୟାଙ୍ଗଙ୍କ ଦୁର୍ବିସହ ଜୀବନ ପ୍ରଶାସନିକ ବିଧିବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦେଶ କରୁଛିା
ମନୋଜଙ୍କ ଘର ମନୋହରପୁର ଅଞ୍ଚଳରୋ ବାପା,ମା’ଙ୍କ ସହ ପିଲାବେଳୁ ଚାଲି ଆସିଥିଲେ ରାଉରକେଲା। ବାପା ତେରା ସିଂ
ମିସ୍ତ୍ରୀ କାମ କରୁଥିଲୋ ମା’ ଶାନ୍ତି ସିଂ ପର ଘରେ କାମ କରୁଥିଲୋ ପରିବାର ବହୁ କଷ୍ଟରେ ଚାଲିଥିବା ବେଳେ ୧୦ ବର୍ଷ ତଳେ ତେରା ଓ ମନୋଜଙ୍କୁ ଛାଡ଼ି ଚାଲିଗଲେ ଶାନ୍ତି। ଶାନ୍ତି ଚାଲିଯିବା ପରେ ସତେ ଯେପରି ଘରେ ଅଶାନ୍ତି ବସା ବାନ୍ଧିଥିଲା। ମନୋଜ ଅଜଣା ରୋଗରେ ଆକ୍ରାନ୍ତ ହେଲୋ ଗୋଡ଼ ଅଚଳ ହୋଇଗଲାା ଡାକ୍ତରଙ୍କୁ ଦେଖାଇଥିଲେ ହେଁ ଅଭାବୀ ଉନ୍ନତ ଚିକିତ୍ସାରୁ ଦୂରେଇ ରଖିଥିଲାା ମନୋଜଙ୍କୁ ଧରି ମନୋହରପୁର ଚାଲିଯାଇଥିଲେ ତେରା ା ସେଠାରେ ୫ ବର୍ଷ ତଳେ ଆଖିବୁଜିଲେ ତେରାା ବାପା ଚାଲିଯିବା ପରେ ସମ୍ପୂର୍ଣ୍ଣ ଏକାକୀ ହୋଇଗଲେ ମନୋଜା ପୁଣି ରାଉରକେଲା ଫେରି ଆସିଥିଲେ। ଏ ସହର ତାଙ୍କୁ ଆଦରି ନେଇଥିଲା ସତ, କିନ୍ତୁ ଗୋଡ଼, ହାତ ଅଚଳ ଥିବାରୁ ପର ଭରସାରେ ବଞ୍ଚି ରହିଛନ୍ତିା ଅଙ୍ଗନବାଡ଼ି ବାରଣ୍ଡାରେ ଦିନ ବିତୁଥିଲା ା ବର୍ଷାରେ ଭିଜିଭିଜି ଅନେକ ରାତି ବିତାଇଛନ୍ତି ମନୋଜା ବସ୍ତି ଲୋକ ଦୟାପରବସ ହୋଇ ତାଙ୍କୁ ଖାଇବାକୁ ଦୁଇ ମୁଠା ଦେଉଛନ୍ତି ସତ, ପ୍ରଶାସନ କିନ୍ତୁ ତାଙ୍କୁ ଆଜିପର୍ଯ୍ୟନ୍ତ ଆଡ଼ ଆଖିରେ ଚାହିଁନାହିଁ। ସୁବିଧା ତ ଦୂରର କଥା ଆଧାର କାର୍ଡଟିଏ ନାହିଁ ମନୋଜଙ୍କର ା ପ୍ରାୟ ଶତପ୍ରତିଶତ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ମଧ୍ୟ ମିଳିନାହିଁ। ଏଇ କିଛିଦିନ ହେଲା ଶୌଚାଳୟରେ ବସା ବାନ୍ଧିଛନ୍ତି ମନୋଜ। ମନୋଜ ଶୌଚାଳୟରେ ଆଶ୍ରୟ ନେଇଥିବାବେଳେ କିଏ ଦୁଇ ମୁଠା ଦେଲେ ଖାଉଛନ୍ତି ନ ହେଲେ ଖାଡ଼ା ଉପାସ। ଏଭଳି ଅବସ୍ଥାରେ ଝିରପାଣି ଅଞ୍ଚଳର ଲୁଲୁ ଲୁହାର ନାମକ ଜଣେ ଦିବ୍ୟାଙ୍ଗ ବୃଦ୍ଧ ସବୁ କିଛି ହରାଇବା ପରେ ଠିକଣା ହରାଇ ଏହି ଶୌଚାଳୟରେ ପହଞ୍ଚିଥିଲେ। ଏ ଦୁନିଆରେ ତାଙ୍କର ମଧ୍ୟ କେହି ନାହାନ୍ତି। ଲୁଲୁଙ୍କ ଗୋଡ଼ ଅଚଳ। ତେବେ ହାତ ଟିକିଏ ଚାଲୁଥିବା ଯୋଗୁଁ କାଠ ସଂଗ୍ରହ କରି ଚୂଲିରେ ଦୁଇ ମୁଠା ରୋଷେଇ କରି ନିଜେ ଖାଇବା ସହ ମନୋଜଙ୍କୁ ମଧ୍ୟ ଦେଉଛନ୍ତି। ତାଙ୍କୁ ୬୦ ପ୍ରତିଶତର ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳିଥିଲେ ହେଁ କୁଆଡ଼େ ଭତ୍ତା ମିଳୁଛି କି ନାହିଁ ସେ ଜାଣିପାରୁ ନ ଥିବା କହନ୍ତି। ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି କୁହାଯାଉଥିଲେ ମଧ୍ୟ ଏହି ଦୁଇ ଦିବ୍ୟାଙ୍ଗଙ୍କ ଦାରୁଣ ଦୁଃଖ ଦେଖିଲେ ଏସବୁ କେବଳ ସ୍ଲୋଗାନ ଭଳି ମନେ ହୁଏ ା ପ୍ରଶାସନ ତୁରନ୍ତ ଏମାନଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଇବାକୁ ଦାବି ହେଉଛି।



