www.samajalive.in
Saturday, December 6, 2025
15.1 C
Bhubaneswar

ପିଏଚ୍‍ଡି ପରୀକ୍ଷାର ଅଜବ ପ୍ରଶ୍ନପତ୍ର; ସବୁ ପ୍ରଶ୍ନର ଉତ୍ତର ‘ଗ’

ଅହମଦାବାଦ : ପ୍ରାୟ ସମସ୍ତେ ଜାଣନ୍ତି ଯେ ଅନେକ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ରରେ ଆସୁଥିବା ପ୍ରତି ପ୍ରଶ୍ନର ୪ଟି ବିକଳ୍ପ ଥାଏ ଓ ସେଥିମଧ୍ୟରୁ ଗୋଟିଏ ଉତ୍ତର ଠିକ୍‍ ହୋଇଥାଏ। ମାତ୍ର ଯଦି ପ୍ରଶ୍ନପତ୍ରରେ ସବୁ ପ୍ରଶ୍ନର ଉତ୍ତର ଗୋଟିଏ ହିଁ ବିକଳ୍ପ ହୋଇଥାଏ, ତେବେ ଶୁଣିବାକୁ ଅଜବ ଲାଗେ ଓ ଏହା ବିଶ୍ୱାସ କରିବା କଷ୍ଟକର। ହେଲେ ଗୁଜରାଟ ବିଶ୍ୱବିଦ୍ୟାଳୟ (ଜିୟୁ)ର ଗୁଜରାଟୀ ଭଷା ବିଷୟରେ ଏମ୍‍ଫିଲ ଏବଂ ପିଏଚ୍‍ଡି ପ୍ରବେଶିକା ପରୀକ୍ଷାରେ ଏହା ଘଟିଛି। ଏଠାରେ ଗୁଜରାଟୀ ଭାଷା ଏମ୍‍ଫିଲ ପ୍ରବେଶିକା ପରୀକ୍ଷାରେ ଆସିଥିବା ସମସ୍ତ ୫୦ଟି ପ୍ରଶ୍ନର ସଠିକ୍‍ ଉତ୍ତର ବିକଳ୍ପ ‘କ’ ଏବଂ ପିଏଚ୍‍ଡି ପ୍ରବେଶିକା ପରୀକ୍ଷାରେ ସବୁ ପ୍ରଶ୍ନର ସଠିକ୍‍ ଉତ୍ତର ‘ଗ’ ଥିଲା। ସୋମବାର ଏମ୍‍ଫିଲ ଏବଂ ପିଏଚ୍‍ଡି ପ୍ରବେଶିକା ପରୀକ୍ଷାର ଉତ୍ତର ତାଲିକା ‘ଆନ୍ସର କି’ ପ୍ରକାଶ ପାଇବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବୋଧେ କେହି ବିନା ଚିନ୍ତାରେ ଏପରି ପ୍ରଶ୍ନପତ୍ର ପ୍ରସ୍ତୁତ କରିଛନ୍ତି ବୋଲି ଲୋକେ କୁହାକୁହି ହେଉଥିଲେ। କିନ୍ତୁ ଅହମଦାବାଦ ବିଶ୍ୱବିଦ୍ୟାଳୟ ଗୁଜରାଟୀ ଭାଷା ବିଭାଗ ମୁଖ୍ୟ କହିଥିଲେ ଜାଣିଶୁଣି ଏପରି କରାଯାଇଥିଲା। କେବଳ ସବୁଠୁ ଭଲ ଛାତ୍ରଛାତ୍ରୀ ଏହାକୁ ବୁଝିପାରିବେ। କେଉଁ ପରୀକ୍ଷାର୍ଥୀ ମନଇଚ୍ଛା ଅନୁମାନ ଲଗାଇ ପ୍ରଶ୍ନର ଉତ୍ତର ଦେଇଛି ଓ କିଏ ବୁଝି ବିଚାରି ଉତ୍ତର ଦେଇଛି, ତାହା ଏଥିରୁ ଜଣାପଡିବ ବୋଲି ସେ କହିଥିଲେ। ଉଲ୍ଲେଖ ଯେ ୬୦୦ ପିଏଚ୍‍ଡି ସିଟ୍‍ ପାଇଁ ୧,୮୮୧ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୦୩ ଜଣ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ୧୯୦ ଏମ୍‍ଫିଲ୍‍ ସିଟ୍‍ ପାଇଁ ୭୩୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୦୩ ଜଣ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories