www.samajalive.in
Saturday, December 6, 2025
14.1 C
Bhubaneswar

ଆସନ୍ତାକାଲିଠାରୁ ବନ୍ଦେ ଭାରତ ମିଶନର ପଞ୍ଚମ ପର୍ଯ୍ୟାୟ : ଫେରିବେ ଏକ ଲକ୍ଷ ୩୦ ହଜାର ଭାରତୀୟ

ନୂଆଦିଲ୍ଲୀ :  ବନ୍ଦେ ଭାରତ ମିଶନର ପଞ୍ଚମ ପର୍ଯ୍ୟାୟ ଶନିବାରଠାରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୬୯୨ଟି ଅନ୍ତର୍ଜାତୀୟ ବିମାନ ଓ ୧୦୦ଟି ଘରୋଇ ବିମାନ ଏହିପରି ମୋଟ ୭୯୨ଟି ବିମାନରେ ୨୩ଟି ରାଷ୍ଟ୍ରରେ ଥିବା ଭାରତୀୟମାନଙ୍କୁ ଅଣାଯିବାକୁ ସ୍ଥିର କରାଯାଇଛି। ଏହା ଅନ୍ତର୍ଗତ ଜିସିସି. ଦେଶ ସମୂହ, ଆମେରିକା, କାନାଡ଼ା, ବ୍ରିଟେନ୍‍, ଜର୍ମାନୀ,ଫ୍ରାନ୍ସ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ମାଲେସିଆ, ଫିଲିପାଇନ୍ସ, ସିଙ୍ଗାପୁର, ବାଂଲାଦେଶ, ମ୍ୟାଁମାର, ଥାଇଲ୍ୟାଣ୍ଡ, ଚୀନ୍‍, ଇଜ୍ରାଏଲ୍‍, କାଜାଖ୍‍ସ୍ତାନ ଆଦି ରାଷ୍ଟ୍ର ସମୂହ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗଣମାଧ୍ୟମକୁ କହିଛନ୍ତି, ଏହି ବିମାନଗୁଡ଼ିକ ଭାରତର ୨୧ଟି ବିମାନ ବନ୍ଦରରୁ ଉଡ଼ାଣ କରି ବିଦେଶରେ ଫସି ରହିଥିବା ଏକ ଲକ୍ଷ ୩୦ ହଜାର ଭାରତୀୟମାନଙ୍କୁ ଅଣିବ।

ଏହି ମିଶନ୍‍ ଅଧୀନରେ ଏବେ ସୁଦ୍ଧା ବିଦେଶରେ ଥିବା ମୋଟ ୮ ଲକ୍ଷ ୭୮ ହଜାର ୯୨୧ ଜଣ ଭାରତୀୟଙ୍କୁ ଅଣାଯାଇ ସାରିଛି। ୧ ଲକ୍ଷ ୭ ହଜାର ୪୫୨ ଜଣ ଭାରତୀୟଙ୍କୁ ନେପାଳ, ଭୁଟାନ୍‍, ମ୍ୟାଁମାର, ପାକିସ୍ତାନ ଏବଂ ବାଂଲଶଦେଶରୁ ଏପର୍ଯ୍ୟନ୍ତ ଅଣାଯାଇପାରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories