www.samajalive.in
Sunday, December 7, 2025
26.1 C
Bhubaneswar

ଅଦାଲତରେ ପହଞ୍ଚିଲା କୃଷ୍ଣ ଜନ୍ମଭୂମି ମାମଲା : ମନ୍ଦିର ପାର୍ଶ୍ଵରୁ ମସଜିଦ୍ ହଟାଇବା ଦାବି

ନୂଆଦିଲ୍ଲୀ: ରାମ ଜନ୍ମଭୂମି ଜମି ବିବାଦ ସମାଧାନ ପରେ ଏବେ ମଥୁରାର କୃଷ୍ଣ ଜନ୍ମଭୂମି ଜମି ବିବାଦ ଅଦାଲତରେ ପହଞ୍ଚିଛି । ଶୁକ୍ରବାର ମଥୁରାରେ ବିରାଜିତ କୃଷ୍ଣ ଜନ୍ମଭୂମିର ୧୩.୩୭ ଏକର ଜମିକୁ ନେଇ ଅଦାଲତରେ ମାମଲା ରୁଜୁ ହୋଇଛି । ଏହା ସହ ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରକୁ ଲାଗି ରହିଥିବା ଇଦଗା ମସଜିଦକୁ ହଟାଇବା ପାଇଁ ଦାବି କରାଯାଇଛି । ରଞ୍ଜନା ଅଗ୍ନିହୋତ୍ରୀ ଓ ଅନ୍ୟ ୬ ଜଣ ଭକ୍ତ ଏହି ମାମଲା ରୁୁଜୁ କରିଛନ୍ତି ।

ଆଇନଜୀବୀ ହରିଶଙ୍କର ଜୈନ ଓ ବିଷ୍ଣୁଶଙ୍କର ଜୈନଙ୍କ ସୂଚନା ଅନୁସାରେ ଏହି ମକଦ୍ଦମା ମସଜିଦ୍ ଇଦଗା ପ୍ରବନ୍ଧନ ସମିତି ଦ୍ବାରା କରାଯାଇଥିବା ଅତିକ୍ରମଣକୁ ହଟାଇବା ପାଇଁ ଦାୟର କରାଯାଇଛି । ଏପରି କ୍ଷେତ୍ରରେ ୧୯୯୧ ପ୍ଲେସେସ ଅଫ୍ ୱରସିପ୍ ଆକ୍ଟ ଏହି ମାମଲା କ୍ଷେତ୍ରରେ ଆଉ ଏକ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଏହି ଆଇନ ଅନୁସାରେ ୧୯୪୭ ଅଗଷ୍ଟ ୧୫ ସୁଦ୍ଧା ଯେଉଁ ସମ୍ପ୍ରଦାୟ ନିକଟରେ ଯେଉଁ ଧାର୍ମିକ ସ୍ଥଳ ରହିଥିବ ତାହା ଭବିଷ୍ୟତରେ ଅନୁରୂପ ରହିବ । ତେବେ ଏହି ଆଇନରେ ଶ୍ରୀରାମଜନ୍ମଭୂମି -ବାବ୍ରି ମସଜିଦ୍ ବିବାଦକୁ ବାଦ ଦିଆଯାଇଥିଲା ।

- Advertisement -

ତେବେ ରଞ୍ଜନା ଅଗ୍ନିହୋତ୍ରୀଙ୍କ ପକ୍ଷରୁ ଦାୟର ମାମଲାରେ କୁହାଯାଇଛି ଯେ ସୁନ୍ନି ୱାକଫ ବୋର୍ଡ଼, ଟ୍ରଷ୍ଟ ମସଜିଦ୍ ଇଦଗା ବା ମୁସଲମାନ ସମ୍ପ୍ରଦାୟର କୌଣସି ବ୍ୟକ୍ତିଙ୍କୁ କଟରା କେଶବ ଦେବଙ୍କ ସମ୍ପତ୍ତିରେ କୌଣସି ଆଗ୍ରହ ନାହିଁ । ଏହି ଜମି ଭଗବାନ ଶ୍ରୀକୃଷ୍ଣଙ୍କର । ଇତିହାସକାର ଯଦୁନାଥ ସରକାର ତାଙ୍କ ପୁସ୍ତକରେ ଏହା ଉଲ୍ଲେଖ କରିଛନ୍ତି । ୧୬୬୯-୭୦ ମସିହାରେ  ମୋଗଲ ସମ୍ରାଟ ଆଉରଙ୍ଗଜେବ କଟରା କେଶବଦେବ ସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରକୁ ନଷ୍ଟ କରି ଦେଇଥିଲେ । ଏହାଉପରେ ସେ ଆଉ ଏକ ଢ଼ାଞ୍ଚା ନିର୍ମାଣ କରିଥିଲେ । ଯାହାକୁ ଇଦଗା ମସଜିଦ କୁହାଯାଉଥିଲା । ଏହାର ପ୍ରାୟ ୧୦୦ ବର୍ଷ ପରେ ମରାଠା ଯୋଦ୍ଧାମାନେ ପୁରା ଅଞ୍ଚଳରେ ବିଜୟଲାଭ କରିଥିଲେ ଓ ମନ୍ଦିରର ବିକାଶ ସହ ପୁନରୁଦ୍ଧାର କରିଥିଲେ ।

ମରାଠାମାନେ ଆଗ୍ରା ଓ ମଥୁରା ଭୂମିକୁ ନଜୁଲ ଭୂମି ଘୋଷଣା କରିଥିଲେ ଓ ୧୮୦୩ ମସିହାରେ ମଥୁରାକୁ ଦଖଲ ପରେ ଇଂରେଜମାନେ ମଧ୍ୟ ଏହାକୁ ନଜୁଲ ଭୂମି ଭାବରେ ଘୋଷଣା କରିଥିଲେ । ପରେ ୧୮୧୫ ମସିହାରେ ବ୍ରିଟିଶମାନେ ୧୩.୩୭ ଏକର ଜମିକୁ ନିଲାମ କରିଥିଲେ ଓ ବନାରସର ରାଜା ପଟନିମଲ ଏହାକୁ ଖରିଦ କରିଥିଲେ । ୧୯୨୧ ମସିହାରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ସିଭିଲ କୋର୍ଟରେ ଏ ସଂକ୍ରାନ୍ତରେ ଏକ ଆବେଦନ ହୋଇଥିଲା, ମାତ୍ର ଏହାକୁ ଅଦାଲତ ଖାରଜ କରି ଦେଇଥିଲା । ୧୯୪୪ମସିହାରେ  ରାଜା ପାଟନିମଲଙ୍କ ଉତ୍ତରାଧିକାରୀ ଏହି ୧୩.୩୭ ଏକର ଜମିକୁ ପଣ୍ଡିତ ମଦନ ମୋହନ ମାଲବ୍ୟ, ଗୋସ୍ବାମୀ ଗଣେଶ ଦତ୍ତ ଓ ଭିକନ ଲାଲଜୀ ଆତ୍ରେଙ୍କୁ ୧୯୪୦୦ ଟଙ୍କାରେ ବିକି ଦେଇଥିଲେ ।  ପରେ ୧୯୫୧ ମସିହାରେ ଏଠାରେ ଏକ ଟ୍ରଷ୍ଟ ଗଠନ ହୋଇଥିଲା ଓ ପୁରା ଜମି ଟ୍ରଷ୍ଟକୁ ପ୍ରଦାନ କରାଯାଇଥିଲା । ଏବେ କୃଷ୍ଣ ଜନ୍ମଭୂମି ମାମଲାରେ ଏହି ପୁରା ଜମି ଉପରେ ନିଜର ଅଧିକାର ଦାବି କରାଯିବା ସହ ଏଠାରୁ ମସଜିଦ୍ ହଟାଇବା ପାଇଁ ଅଦାଲତ ନିକଟରେ ଆବେଦନ କରାଯାଛି ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories