ଭୁବନେଶ୍ଵର: ନିମାପଡ଼ାର ଶିଶୁ ବିକାଶ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପ ପକ୍ଷରୁ ବ୍ୟକ୍ତିତ୍ଵ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରୁପର ସମ୍ପାଦକ ସୁମନ୍ତ ମହାରଣାଙ୍କ ନେତୃତ୍ଵରେ ଏକ ଶିଶୁ ପ୍ରତିନିଧି ଦଳ ନିମାପଡ଼ାରୁ ବାହାରି ଭୁବନେଶ୍ଵର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ପରିସରରେ ଆୟୋଜିତ ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଶିଷ୍ଟ କାର୍ଟୁନିଷ୍ଟ କିଶୋର ରଥ, ବୈଜ୍ଞାନିକ ପ୍ରେମାନନ୍ଦ ଦାସ, ଡ. କୈଳାସ ଚନ୍ଦ୍ର ମିଶ୍ର, ରବୀନ୍ଦ୍ର ନାଥ ଦାସ, ଇଟିକିଲି ମିଟିକିଲିର ପ୍ରତିଷ୍ଠାତା ଶରତ ନାୟକ ପ୍ରମୁଖ ପିଲାମାନଙ୍କ ସହିତ ଅଭିଜ୍ଞତା ଓ ଅନୁଭୂତି ବାଣ୍ଟିଥିଲେ। ପରେ ପିଲାମାନେ ଏକ ଛାପା ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟାଳୟକୁ ବୁଲିଯିବା ସହିତ ଖବରକାଗଜ ଛାପାଯିବା ପଛରେ ରହିଥିବା ଜ୍ଞାନକୌଶଳ ବିଷୟରେ ବୁଝିଥିଲେ। ଉକ୍ତ ଗଣମାଧ୍ୟମ ସଂସ୍ଥାର ମୁଖ୍ୟ ପରାମର୍ଶଦାତା ପିଲାମାନଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ। ଗ୍ରୁପ ପକ୍ଷରୁ କୃଷ୍ଣଚନ୍ଦ୍ର ନାୟକ, ଶିକ୍ଷୟିତ୍ରୀ ସୌଭାଗିନୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ପିଲାମାନେ ବିଭିନ୍ନ ଶିକ୍ଷଣୀୟ ଅନୁଷ୍ଠାନ ବୁଲି ଦେଖିଥିଲେ।
Popular Categories



