www.samajalive.in
Saturday, December 6, 2025
14.1 C
Bhubaneswar

ପତ୍ନୀଙ୍କ ମାଡ଼କୁ ଡ଼ରି ଛାତରୁ ଡ଼େଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ: ମଦ ଓ ବିଡ଼ି ଲାଞ୍ଚ ଦେଇ ତଳକୁ ଆଣିଲା ପୁଲିସ

କାନପୁର : ଉତରପ୍ରଦେଶର କାନପୁର ନିକଟସ୍ଥ ଅକବରପୁର ଥାନା ଅନ୍ତର୍ଗତ ନରିହା ଗାଁରେ ଏକ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଘଟଣା କ୍ରମେ ଜଣେ ଯୁବକ ଚାରି ମହଲା ବିଶିଷ୍ଟ ଏକ କୋଠା ଉପରକୁ ଚଢି ଯାଇ ଜୋରରେ ପାଟି କରିବାକୁ ଆରମ୍ଭ କରିଥିଲା। କହିଥିଲା, ସାହେବ, ପତ୍ନୀ ମତେ ବହୁତ ମାରପିଟ କରୁଛି, ମୁଁ ଏଠାରୁ ଡ଼େଇଁ ଆତ୍ମହତ୍ୟା କରି ଦେବି। ଖବର ବିଷୟରେ ଜାଣି ପୁଲିସ ଘଟଣାସ୍ଥଳରେ ପହଂଚି ଉକ୍ତ ବ୍ୟକ୍ତିଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ। ମାତ୍ର ସେ କିଛି ବୁଝି ଥିଲେ। ପଥର ମଧ୍ୟ ପକାଇଥିଲେ। ବହୁ ଚେଷ୍ଟା କରିବା ପରେ ୨ଟି ବୋତଲ ମଦ ଓ ବିଡ଼ି ଦେବା ପରେ ସେ ଛାତ ଉପରୁ ତଳକୁ ଆସିଥିଲା।
ଏହି ଗାଁର ଜଣେ ବ୍ୟକ୍ତି ଶନିବାର ସନ୍ଧ୍ୟା ସମୟରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଚାରିମହଲାରେ କୋଠାକୁ ବାହାରେ ଥିବା ସିଢି ଦ୍ୱାରା ଚଢି ଯାଇଥିଲେ। ବହୁ ଚିଲାଇବା ପରେ ପୁଲିସ ପହଂଚି ଚେଷ୍ଟା କରିବା ସର୍ତେ ବିଫଳ ହୋଇଥିଲା। ଏହାପରେ ସେ କ’ଣ ଚାହେଁ ବୋଲି ପ୍ରଶ୍ନ କରାଯାଇଥିଲା। ସେ ମାଦକ ଓ ବିଡ଼ି କହିଥିଲା। ପରେ ଦମକଳ ବାହିନୀ ପହଂଚିବା ପରେ ତା’କୁ ବିଡ଼ି ଓ ମାଦକ ଦେଇ ତଳକୁ ଅଣାଯାଇଥିଲା। ତଦନ୍ତ ପରେ ଜଣାପଡ଼ିଥିଲା ବ୍ୟକ୍ତି ଜଣଙ୍କ ସର୍ବଦା ନିଶାର ଦ୍ରବ୍ୟ ସେବନ କରୁଥିଲେ ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ମାଡ଼ ମାରନ୍ତି । ଏହାସହ ନିଶାସକ୍ତ ଅବସ୍ଥାରେ ବ୍ୟକ୍ତି ଜଣଙ୍କ ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories