www.samajalive.in
Saturday, December 13, 2025
23.1 C
Bhubaneswar

ରାଶି ଅନୁଯାୟୀ ବ୍ୟବହାର କରନ୍ତୁ ଏହି ଜିନିଷ ; ହେବେ ଲାଭବାନ

ଆକର୍ଷଣ ବ୍ୟକ୍ତିତ୍ବକୁ ସମସ୍ତେ ପସନ୍ଦ କରିଥାଆନ୍ତି । ଏଥିପାଇଁ ଲୋକେ ଅନେକ ଉପାୟ କରିଥାଆନ୍ତି । ଜ୍ୟୋତିଷଶାସ୍ତ୍ରରେ ଗ୍ରହ-ନକ୍ଷେତ୍ର ଉପାୟ ଦ୍ବାରା ଆକର୍ଷଣ ବ୍ୟକ୍ତିତ୍ବ ପାଇବାର କିଛି ବିଶେଷ ଉପାୟ ରହିଛି । ଏହି ଉପାୟ ଗୁଡିକୁ ଶୁକ୍ରବାର କରିବା ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଆକର୍ଷଣ ହୋଇଥାଏ ।
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ରୂପ, ସୌନ୍ଦର୍ୟ୍ୟ, ଆକର୍ଷଣ ଓ ଗ୍ଲାମର ର କାରକ ହେଉଛନ୍ତି ଶୁକ୍ରଗ୍ରହ । ଶୁକ୍ରଗ୍ରହର ସ୍ବାମୀ ଇନ୍ଦ୍ର, ଏହାର ଦେବୀ ଲକ୍ଷ୍ମୀ ଓ ଦେବତା ହେଉଛନ୍ତି କାମଦେବ । ଯେଉଁମାନଙ୍କ ଜାତକରେ ଶୁକ୍ରଗ୍ରହ ମଜଭୁତ୍ ଏବଂ ଶୁଭ ସ୍ଥାନରେ ରହିଥାଏ, ସେମାନଙ୍କ ମଧ୍ୟରେ ବିଶେଷ ଉଜ୍ବଳତା ଦେଖିବାକୁ ମିଳେ । ଲକ୍ଷ୍ମୀ ଧନ ସହ ସୌନ୍ଦର୍ୟ୍ୟ, ଆକର୍ଷଣ ଓ ପ୍ରଭାବୀ ବ୍ୟକ୍ତିତ୍ବ ପ୍ରଦାନ କରିବାର ଦେବୀ ଅଟନ୍ତି । ଶୁକ୍ରଗ୍ରହର ବିଶେଷ ମନ୍ତ୍ର ଜପ କରିବା ଦ୍ବାରା ବ୍ୟକ୍ତିର ଚାରିପଟ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ । ଶୁକ୍ରବାର ବ୍ରତ କରିବା ଦ୍ବାରା ବ୍ୟକ୍ତି ସକାରାତ୍ମକ ଶକ୍ତି ହାସଲ କରିଥାଏ । ଯାହା ଦ୍ବାରା ଆଖିର ଜ୍ୟୋତି ମଧ୍ୟ ବୃଦ୍ଧି ହୋଇଥାଏ ।

ଆକର୍ଷଣ ବ୍ୟକ୍ତିତ୍ବ ପାଇଁ ରାଶି ଅନୁସାରେ କରନ୍ତୁ ଉପାୟ

- Advertisement -

ମେଷ: କୌଣସି ଗରିବ ମହିଳାଙ୍କୁ ଚିନି ଦାନ କରନ୍ତୁ ।

ବୃଷ: ଶିବଲିଙ୍ଗ ନିକଟରେ ଘିଅରେ ମାଟି ଦୀପ ଜଳାନ୍ତୁ ।

ମିଥୁନ: ଶୟନକକ୍ଷରେ କର୍ପୁର ଜଳାନ୍ତୁ ।

କର୍କଟ: ପୂଜାଘରେ ଚନ୍ଦନ ଧୂପ ଲଗାନ୍ତୁ ।
ସିଂହ: ପର୍ସ ବା ହ୍ୟାଣ୍ଡବ୍ୟାଗରେ ଅତର ପକାନ୍ତୁ ।

କନ୍ୟା: ଦେବୀ ଲକ୍ଷ୍ମୀଙ୍କୁ ପଦ୍ମଫୁଲ ଚଢାନ୍ତୁ ।

ତୁଳା: ମସ୍ତକରେ ତିଳକ ଲଗାନ୍ତୁ ।

ବିଚ୍ଛା: କୌଣସି ଗରିବ କନ୍ୟାକୁ ଅଟା ଦାନ କରନ୍ତୁ ।

ଧନୁ: କୌଣସି ବୃଦ୍ଧା ଭିକାରୀଙ୍କୁ ରେଶମୀ କପଡା ଦାନ କରନ୍ତୁ ।

ମକର: ଗରିବ ଛୁଆଙ୍କୁ ଖୀରି ଖାଇବାକୁ ଦିଅନ୍ତୁ ।

କୁମ୍ଭ: କୌଣସି ଧର୍ମସ୍ଥାନରେ ଚାଉଳ ଦାନ କରନ୍ତୁ ।

ମୀନ: କୌଣସି ଜଳସ୍ରୋତରେ ଗୋଲାପ ଫୁଲ ପକାଇ ଦିଅନ୍ତୁ ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories