www.samajalive.in
Friday, December 12, 2025
16.1 C
Bhubaneswar

କ୍ୟାପିଟାଲ ହସ୍ପିଟାଲ : ଏଣିକି ଦୈନିକ ୧୦୦୦ ଟିକାକରଣ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୩୦୦ରୁ ୪୦୦ କରୋନା ଟିକା ଦିଆଯାଉଥିବାବେଳେ ଏହି ସଂଖ୍ୟା ବୃଦ୍ଧି କରାଯିବ। ଧାର୍ଯ୍ୟଲକ୍ଷ୍ୟ ପୂରଣ ସହିତ ଯେଭଳିଭାବେ ଅଧିକ ଲୋକ ଟିକା ନେଇପାରିବେ ସେନେଇ ପଦକ୍ଷେପ ଆରମ୍ଭ ହୋଇଛି। ହସ୍ପିଟାଲରେ ଏଣିକି ଦୈନିକ ଏକ ହଜାର ଟିକାକରଣ କରାଯିବା ନେଇ ଯୋଜନା ହୋଇଛି। ଆସନ୍ତା ୨/୩ ଦିନ ମଧ୍ୟରେ ଏନେଇ ପଦକ୍ଷେପ ନିଆଯିବ ବୋଲି ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।
କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପରୀକ୍ଷଣ ସଂଖ୍ୟା ବଢ଼ାଇବା ସହିତ କରୋନା ନିୟମ ମାନିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବରିଷ୍ଠ ନାଗରିକଙ୍କ ଟିକାକରଣ ପରେ ଏଭଳି ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ଏହାବ୍ୟତୀତ ଟିକା ନେବାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ବିଶ୍ରାମ ନିମନ୍ତେ ସୁବ୍ୟବସ୍ଥିତ କରାଯିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories