www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ଆକ୍ରାନ୍ତଙ୍କୁ ଭିନ୍ନ ଦୃଷ୍ଟିରେ ନ ଦେଖି ସହଯୋଗ କରନ୍ତୁ: ଏମ୍‌ସ ନିର୍ଦେଶକ

ନୂଆଦିଲ୍ଲୀ: କରୋନା ଭୂତାଣୁରେ କେହି ଆକ୍ରାନ୍ତ ହେଲେ ତାଙ୍କୁ ଅନ୍ୟମାନେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ଏଥିଯୋଗୁ ପ୍ରାଥମିକ ଲକ୍ଷଣ ଦେଖାଦେବା ପରେ ମଧ୍ୟ ଆକ୍ରାନ୍ତମାନେ ହସ୍ପିଟାଲ ଆସୁନାହାନ୍ତି। ଶ୍ଵାସକ୍ରିୟାରେ ଗୁରୁତର ଅସୁବିଧା ହେଲେ ସେମାନେ ହସ୍ପିଟାଲ ଆସୁଛନ୍ତି। କରୋନାର କଳଙ୍କ ଯୋଗୁ ସେମାନେ ବିଳମ୍ବରେ ହସ୍ପିଟାଲ ଆସୁଛନ୍ତି। ଫଳରେ ରୋଗୀ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟ ବଢୁଛି ବୋଲି ଦିଲ୍ଲୀ ଏମ୍‌ସର ନିର୍ଦେଶକ ଡା. ରଣଦୀପ ଗୁଲେରିୟା  କହିଛନ୍ତି।

ଡା. ଗୁଲେରିୟା କହିଛନ୍ତି, ଅଧିକାଂଶ ମାମଲାରେ ଏହି ଭୂତାଣୁର ଚିକିତ୍ସା କରାଯାଇପାରିବ। ୮୦ ପ୍ରତିଶତ ରୋଗୀଙ୍କୁ କେବଳ ସପୋର୍ଟିଭ କେୟାରର ଆବଶ୍ୟକତା ରହିଛି। ମାତ୍ର ୨୦ ପ୍ରତିଶତ ଆକ୍ରାନ୍ତଙ୍କ ପ୍ରତି ଅଧିକ ଧ୍ୟାନଦେବା ଜରୁରୀ ହୋଇଥାଏ। ସେମାନଙ୍କ ମଧ୍ୟରୁ ୫ ପ୍ରତିଶତଙ୍କୁ ଭେଣ୍ଟିଲେଟରର ଆବ୍ୟକତା ଥାଏ। ଗୁରୁତର ରୋଗୀଙ୍କ ମଧ୍ୟରୁ ୧୫ ପ୍ରତିଶତକୁ ଭେଣ୍ଟିଲେଟର ବଦଳରେ ଅକ୍ସିଜେନ ସପୋର୍ଟ ଦରକାର ପଡ଼ିଥାଏ। ତେଣୁ ଲୋକମାନେ କରୋନା ଆକ୍ରାନ୍ତ ଏବଂ ତାଙ୍କ ପରିବାରକୁ ଭିନ୍ନ ଦୃଷ୍ଟିରେ ଦେଖିବା ବଦଳରେ ସହଯୋଗ କରିବାକୁ ଡା. ଗୁଲେରିୟା କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories