www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ: ଅର୍ଥମନ୍ତ୍ରୀଙ୍କୁ ଫୁଟବଲ ପରି ଗୋଡ଼ାଇ ପିଟିଲେ ବିକ୍ଷୋଭକାରୀ, ସୁପ୍ରିମକୋର୍ଟରେ ନିଆଁ ଲଗାଇଲେ

ସମାଜ ଡିଜିଟାଲ ଡେସ୍କ: ନେପାଳରେ ସରକାରର ପତନ ଘଟିଛି। ହେଲେ ହିଂସା, ଉତ୍ତେଜନା ଥମୁନାହିଁ। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳ ଇସ୍ତଫା ଦେବା ସତ୍ବେ ଜନତାଙ୍କ ଆକ୍ରୋଶ କମିନାହିଁ। ଉତ୍ତ୍ୟକ୍ତ ଲୋ​‌କେ ମନ୍ତ୍ରୀ ନେତାଙ୍କ ଘର ସମେତ ସରକାରୀ ଅନୁଷ୍ଠାନକୁ ଜାଳି ଦେଉଛନ୍ତି। ଲୋକମାନେ କାଠମାଣ୍ଡୁରେ ଥିବା ସୁପ୍ରିମକୋର୍ଟରେ ନିଆଁ ଲଗାଇ ଦେଇଥିବାବେଳେ ଅର୍ଥମନ୍ତ୍ରୀଙ୍କୁ ରାସ୍ତାରେ ଫୁଟବଲ ପରି ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାର ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ନେପାଳ ଅର୍ଥମନ୍ତ୍ରୀ ଏକ ଗଳି ରାସ୍ତାରେ ଲୁଚି ପଳାଉଥିବା ସମୟରେ ଲୋକମାନେ ତାଙ୍କୁ ଘେରି ଯାଇଛନ୍ତି। ଲୋକଙ୍କୁ ଠେଲି ଅର୍ଥମନ୍ତ୍ରୀ ଚାଲିଯାଉଥିବା ବେଲେ ଲୋକେ ତାଙ୍କୁ ବିଧା ଗୋଇଠା ମାରି ଚାଲିଛନ୍ତି। ସରକାରଙ୍କ ବିରୋଧରେ ଲୋକେ କେତେ ମାତ୍ରାରେ ଉତ୍ତ୍ୟକ୍ତ ହୋଇଛନ୍ତି ତାହା ଏହି ଭିଡିଓରୁ ଦେଖିବାକୁ ମିଳିଛି।

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories