ଢାକା : ବାଂଲାଦେଶ ମଧ୍ୟ ତଙ୍ଗାଇଲ ଜିଲାର ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳରୁ ମନ୍ଦିରରେ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି।
ଢାକା ଟ୍ରିବ୍ୟୁନ୍ ଖବର ଅନୁସାରେ ଜିଲାର ବତ୍ରା ଗ୍ରାମର ଚିନ୍ତା ରଞ୍ଜନ ନାମକ ଜଣେ ବ୍ୟକ୍ତି ୨୦ ବର୍ଷ ତଳେ ଏହି ମନ୍ଦିର ନିର୍ମାଣ କରିଥିଲେ। ହେଲେ ସ୍ଥାନୀୟ ଅଞ୍ଚଳର କେତେକ ଲୋକ ସେହି ଜମିକୁ କବଜା କରିବା ପାଇଁ ପ୍ରୟାସ କରି ଆସୁଥିଲେ। ନିଜ ପ୍ରୟାସରେ ବିଫଳ ହେବା ପରେ ୮ରୁ ୯ ଜଣ ଲୋକଙ୍କ ଏକ ଗୋଷ୍ଠୀ ମନ୍ଦିର ଓ ମନ୍ଦିର ପ୍ରତିଷ୍ଠାତାଙ୍କ ଘର ଉପରେ ଆକ୍ରମଣ କରିଥିଲେ।
ବାଂଲାଦେଶରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା
Popular Categories



