www.samajalive.in
Saturday, December 13, 2025
27.1 C
Bhubaneswar

ଅବସର ଦିନ ମିଳିବ ଚୂଡ଼ାନ୍ତ ପେନ୍‌ସନ

ଭୁବନେଶ୍ବର  : ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ପରଠାରୁ ରାଜ୍ୟ ସରକାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚୂଡ଼ାନ୍ତ ଅବା ଧାର୍ଯ୍ୟ ପେନସେନ୍ ପ୍ରଦାନ କରିବେ। ପେନସନ୍ ପାଇଁ ଆବେଦନ ମଧ୍ୟ ଅନ୍‌ଲାଇନ୍‌ରେ ବାଧ୍ୟତାମୂଳକ କରାଯିବ। ତେଣୁ ଆସନ୍ତା ଫେବୃଆରୀ ୨୮ ତାରିଖ ସୁଦ୍ଧା ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀଙ୍କର ଇ-ସର୍ଭିସ୍ ବୁକ୍ ଏଚ୍‌ଆରଏମ୍‌ଏସ୍’ରେ ଅପଡେଟ୍‌ କରିବା ପାଇଁ କୁହାଯାଇଛି।
ହସ୍ତଗତ ସୂଚନା ଅନୁସାରେ, ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥାରେ ଅନେକ କର୍ମଚାରୀଙ୍କର ସମ୍ପୂର୍ଣ୍ଣ ବିବରଣୀ ବିଭାଗ ନିକଟରେ ରହୁନାହିଁ। ଫଳରେ ସେମାନେ ଅବସର ନେବା ସମୟରେ ଧାର୍ଯ୍ୟ ପେନସନ୍ ପ୍ରଦାନ କରିବା ବଦଳରେ ପ୍ରୋଭିଜିନାଲ ପେନସନ୍ ପ୍ରଦାନ କରାଯାଉଛି। କର୍ମଚାରୀଙ୍କ ଇ-ସର୍ଭିସ୍ ବୁକ୍ ଏଚ୍‌ଆରଏମ୍‌ଏସ୍‌ ଡାଟାବେସ୍‌ରେ ସଂଲଗ୍ନ ହେଲେ ତାଙ୍କ ଚାକିରିକାଳର ସମ୍ପୂର୍ଣ୍ଣ ବିବରଣୀ ଗୋଟିଏ ସ୍ଥାନରେ ଉପଲବ୍ଧ ହେବ। ଯଦ୍ଦ୍ବାରା ସେ ଅବସର ନେବା ପୂର୍ବରୁ ତାଙ୍କର ସବୁ ତଥ୍ୟକୁ ବିଭାଗ ଅନୁଶୀଳନ କରିପାରିବ। ଫଳରେ ଆକାଉଣ୍ଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଅବସର ଦିନ ହିଁ ଧାର୍ଯ୍ୟ ପେନସନ୍ ପ୍ରଦାନ ପାଇଁ ପଦକ୍ଷେପ ନିଆଯାଇ ପାରିବ। ତେଣୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ମାନୁଆଲ ସର୍ଭିସ୍ ବୁକ୍ ତଥା ଇ-ସର୍ଭିସ୍ ବୁକ୍ ଏଚ୍‌ଆରଏମ୍‌ଏସ୍‌ ପୋର୍ଟାଲରେ ଅପେଡଟ୍‌ କରିବା ପାଇଁ ବିଭାଗୀୟ ମୁଖ୍ୟଙ୍କୁ କୁହାଯାଇଛି। ଆସନ୍ତା ବର୍ଷ ଫେବୃଆରୀ ମାସରେ ଅବସର ନେଉଥିବା କର୍ମଚାରୀଙ୍କୁ ଏହି ନୂଆ ବ୍ୟବସ୍ଥାରେ ପ୍ରାଥମିକତା ଦିଆଯିବ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories